ଆଜି ବାହୁଡା ଯାତ୍ରା ପାଇଁ ପୁରୀରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । କାଳିଆକୁ ଦର୍ଶନ ପାଇଁ କାହିଁ କେଉଁ ଦୂରରୁ ଶ୍ରୀକ୍ଷେତ୍ରକୁ ଧାଇଁଆସିଛନ୍ତି ଭକ୍ତ । ଲକ୍ଷ ଲକ୍ଷ ଲୋକ ବଡଦାଣ୍ଡରେ ଗହଳି ଲାଗିଥିବା ବେଳେ ବାହୁଡା ଯାତ୍ରାରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ସ୍ଥିତି ସୃଷ୍ଟି ହୋଇଥିଲା । ଯେଉଁଥିରେ ପୁଲିସ କର୍ମଚାରୀଙ୍କ ସମେତ ୬ଜଣ ଆହତ । ଠେଲାପେଲାରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ୬ଜଣ ଆହତଙ୍କ ମଧ୍ୟରୁ ଜଣେ ମହିଳା ଗୁରୁତର ଥିବା ସୂଚନା ମିଳିଛି ।
ତେବେ ବଡଦାଣ୍ଡରେ ରଥ ଟାଣିବା ସମୟରେ ଭକ୍ତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ପୋଲିସ କର୍ମୀ ଭିଡକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । ଯେଉଁଥିରେ ପୁଲିସ କର୍ମୀ ମଧ୍ୟ ଆହତ ହୋଇଛନ୍ତି ।