Odia News Portal

କୋଭିଡ ପରିଚାଳନାରେ ସୋଆ ଏନଏସଏସର ୬୪ ସ୍ୱେଚ୍ଛାସେବୀ

ଭୁବନେଶ୍ୱର : କୋଭିଡ୍ ଚିକିତ୍ସା ସହ କୋଭିଡ ମୁକାବିଲା ପରିଚାଳନାରେ ବି ସକ୍ରିୟ ଭୂମିକା ନିଭାଉଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ୍ ବିଶ୍ୱବିଦ୍ୟାଳୟ । ରାଜଧାନୀ ସହ କିଛି ଜିଲ୍ଲାରେ କୋଭିଡ୍ ହସ୍ପିଟାଲର ପରିଚାଳନା ସହ ସଂପୃକ୍ତ ସୋଆ ବିଭିନ୍ନ ଜିଲ୍ଲାରେ କୋଭିଡ ପରିଚାଳନାରେ ମଧ୍ୟ ସାମିଲ ହୋଇଛନ୍ତି । ସୋଆ ଏନଏସଏସ ପକ୍ଷରୁ ଏଥିପାଇଁ ରାଜ୍ୟର ପ୍ରତି ଜିଲ୍ଲାରେ ସ୍ୱେଚ୍ଛାସେବକଙ୍କୁ ନିୟୋଜିତ କରିଛନ୍ତି । ଏହି ସ୍ୱେଚ୍ଛାସେବକମାନେ କୋଭିଡ ପରିଚାଳନାରେ ସାମିଲ ହୋଇ ମହାମାରୀର ମୁକାବିଲା ପାଇଁ କାର୍ଯ୍ୟ କରୁଛନ୍ତି । ଆବଶ୍ୟକ ସ୍ଥଳେ ସଚେତନତା ଠାରୁ ଆରମ୍ଭ କରି ସଂକ୍ରମିତଙ୍କୁ ଚିକିତ୍ସାଜନିତ ବିଭିନ୍ନ ଆବଶ୍ୟକୀୟ ସହାୟତା ପାଇଁ କାର୍ଯ୍ୟ କରୁଛନ୍ତି । ଏଥିଲାଗି ସୋଆ ଏନଏସଏସ ପକ୍ଷରୁ ଜନ ସାଧାରଣଙ୍କୁ ସୂଚନା ନିମନ୍ତେ ଜିଲ୍ଲାଓ୍ୱାରୀ ସ୍ୱେଚ୍ଛାସେବୀଙ୍କ ନାମ ଓ ଯୋଗାଯୋଗ ନମ୍ବର ଜାରି କରାଯାଇଛି ।  

ଏହି ସ୍ୱେଚ୍ଛାସେବୀମାନେ ୨୪ ଘଣ୍ଟିଆ ସଜାଗ ରହିବେ । ଯଦି କେହି କରୋନା ସଂକ୍ରମିତ କିଛି ଚିକିତ୍ସାଜନିତ ଆବଶ୍ୟକ କରନ୍ତି ସେମାନେ ଫୋନ ଯୋଗେ ଯୋଗାଯୋଗ କରିପାରିବେ । କିଛି ଜିଲ୍ଲାରେ ୨ଜଣ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଥିବା ବେଳେ କିଛି ଜିଲ୍ଲାରେ ୩ ଜଣ ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତ କରାଯାଇଛି । ସେମାନଙ୍କ ଫୋନ୍ ନମ୍ବର ମଧ୍ୟ ପ୍ରଦାନ କରାଯାଇଛି ।