ଭୁବନେଶ୍ଵର ତା- ୨୬-୦୧-୨୦୨୬ – ଡିଏଭି ପୋଖରୀପୁଟରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡ. ଅରୁଣ କୁମାର ରଥ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଆମକୁ ସୁରକ୍ଷା ପ୍ରଦାନ କରୁଥିବା ଦେଶପ୍ରତି ଆମର ଭକ୍ତି , ସେବା , ଆନୁଗତ୍ୟ ପ୍ରଦର୍ଶନ କରିବା ଆମର ନୈତିକ କର୍ତ୍ତବ୍ୟ ବୋଲି ନିଜର ଅଭିଭାଷଣରେ କହିଥିଲେ ।

ଏହି ଅବସରରେ ବିଦ୍ୟାଳୟର ଚାରୋଟି ସଦନ ଭକ୍ତି, ସ୍ତୁତି, ଶ୍ଳୋକ ଓ ମନ୍ତ୍ର ତଥା ରେଡ୍.କ୍ରସ୍, ଏନ୍.ସି.ସି.(ଏୟାର, ଆର୍ମି, ନାଭାଲ), କବ୍, ବୁଲ୍.ବୁଲ୍, ସ୍କାଉଟ୍ ଆଣ୍ଡ ଗାଇଡ୍ ବିଦ୍ୟାର୍ଥୀମାନଙ୍କ ଦ୍ୱାରା ଚିତ୍ତାକର୍ଷକ ପ୍ୟାରେଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା , ଯେଉଁଥିରେ ମନ୍ତ୍ର ସଦନର ବିଦ୍ୟାର୍ଥୀ ଚମ୍ପିୟାନ୍ ହୋଇଥିବା ବେଳେ ଭକ୍ତି ସଦନର ବିଦ୍ୟାର୍ଥୀ ରନର୍ସ ଅପ୍ ହୋଇଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମବୋଧକ ସାମୂହିକ ସଂଗୀତ ଏବଂ ଚିତ୍ତାକର୍ଷକ ନୃତ୍ୟ ପରିବେଷିତ ହୋଇଥିଲା ।

