Odia News Portal

ଶିକ୍ଷକଙ୍କୁ ନୂଆ ବର୍ଷରେ ଉପହାର ଦେଲେ ରାଜ୍ୟ ସରକାର

ନୂଆବର୍ଷରେ ଶିକ୍ଷକଙ୍କୁ ଉପହାର ଦେଲେ ନବୀନ। ଶିକ୍ଷକ ଓ ଅଣଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ କଲେ ରାଜ୍ୟ ସରକାର। ଉପକୃତ ହେବେ ପ୍ରାୟ ୨୬ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ । ୨୦୨୨ ଜାନୁଆରୀ ୧ରୁ ଏହି ସପ୍ତମ ବେତନ କମିଶନ ଲାଗୁ ହେବ ବୋଲି ସୂଚନା ରହିଛି । କ୍ୟାବିନେଟ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ମୋହର ବାଜିଛି ।
ଅନୁଦାନପ୍ରାପ୍ତ ଘରୋଇ କଲେଜର ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ । ୧୫,୬୬୪ ଜଣ କଲେଜ ଶିକ୍ଷକ ଓ ଅଣଶିକ୍ଷକ ଏଥିରେ ଉପକୃତ ହେବେ । ଏଥିପାଇଁ ୧୨୬କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର ।