Odia News Portal

ହୀରାକୁଦର ଖୋଲିଲା ୮ ଗେଟ୍

ସମ୍ବଲପୁର: ପୁଣି ୮ ହୀରାକୁଦ ଡ୍ୟାମର ୮ଟି ଗେଟ୍ ଖୋଲାଯାଇଛି । ଲଗାଣ ବର୍ଷା ଯୋଗଁ ଜଳସ୍ତର ବୃଦ୍ଧି ପାଇବାରୁ ଜଳ ଛଡ଼ା ଯାଇଛି । ସକାଳ ୯ଟା ସୁଦ୍ଧା ଜଳଭଣ୍ଡାରକୁ ୧.୮୫ ଲଖ୍ୟ କ୍ୟୁସେକ ଜଳ ପ୍ରବେଶ କରୁଛି । ଫଳରେ ପୂର୍ବାହ୍ନ ୧୧ଟା ବେଳକୁ ପୁଣି ୪ଟି ଗେଟ୍ ଖୋଲାଯାଇଛି । ମୋଟ୍ ୮ ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ସେପଟେ ବିଭିନ୍ନ କେନାଲ, ୮ଟି ଗେଟ୍, ପାଓ୍ବାର ଚ୍ୟାନେଲ ଏବଂ ଶିଳ୍ପ ଜଳଯୋଗାଣ ମିଶି ମୋଟ୍ ପ୍ରାୟ ୧.୪୫ ଲଖ୍ୟ କ୍ୟୁସେକ୍ ଦଳ ନିଷ୍କାସିତ ହେଉଛି । ଲଘୁଚାପ ପ୍ରଭାବରେ ଉପରମୁଣ୍ଡରେ ଶନିବାର ସୁଦ୍ଧା ହୋଇଥିବା ପ୍ରବଳ ବର୍ଷାର ପାଣି ଏବେ ହୀରାକୁଦରେ ପହଞ୍ଚିଥିବାରୁ ଜଳସ୍ତର ବଢିବାରେ ଲାଗିଛି ।