Odia News Portal

କାହିଁକି ନବମ ପରୀକ୍ଷା ଦେଉନାହାଁନ୍ତି ପିଲା

ମାଟ୍ରିକ ଭଳି ନବମ ପରୀକ୍ଷା ବି ଦେଲେନି ହଜାର ହଜାର ପିଲା । ଏ ବର୍ଷ ମୋଟ ୧୪ ହଜାର ୯୩୫ ପିଲା ନବମ ପରୀକ୍ଷା ଦେଲେନି । ବୋର୍ଡ ପକ୍ଷରୁ ଆଜି ପ୍ରକାଶିତ ନବମ ରେଜଲ୍ଟରେ ଚିନ୍ତାଜନକ ତଥ୍ୟ । ଏ ବର୍ଷ ନବମ ପରୀକ୍ଷା ଦେଇଥାନ୍ତେ ମୋଟ ୫,୬୬ , ୨୬୯ ପିଲା । ତେବେ ପରୀକ୍ଷା ଦେଇଥିଲେ ମୋଟ ୫,୫୧,୩୩୪ ପିଲା । ଆଜି ପ୍ରକାଶିତ ରେଜଲ୍ଟରେ ୯୦୩୯ ପିଲାଙ୍କୁ ଏୱାନ ଗ୍ରେଡ । ପରୀକ୍ଷା ଦେଇଥିବା ସମସ୍ତ ପିଲା ଦଶମକୁ ଉନ୍ନୀତ ହେବେ ବୋଲି କହିଛି ବୋର୍ଡ । ତେବେ ୠ() ପାଇଥିବା ୩୦, ୧୩୮ ପିଲାଙ୍କୁ ଇମ୍ପ୍ରୁଭମେଣ୍ଟ ଟେଷ୍ଟ ଦେବାକୁ ପଡିବ ।