Odia News Portal

ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ବଡ଼ ଉପହାର, ମିଳିବ ସୁଭଦ୍ରା ଟଙ୍କା

ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଖବର। ଆସନ୍ତା ଅଗଷ୍ଟ ୨୮ ତାରିଖରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ପ୍ରଦାନ କରାଯିବ। ନୟାଗଡ଼ରେ ଏନେଇ ସୁଭଦ୍ରା ଯୋଜନାର ରାଜ୍ୟସ୍ତରୀୟ ସମାରୋହ ଆୟୋଜିତ ହେବ। ଅଗଷ୍ଟ ୨୮ ସୁଦ୍ଧା ଏକ କୋଟିରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ହସ୍ତାନ୍ତର କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

ସବୁଠାରୁ ବଡ଼ କଥା ହେଉଛି, ପୂର୍ବରୁ କୌଣସି କାରଣରୁ ସୁଭଦ୍ରା ଯୋଜନାର କିସ୍ତିରୁ ବାଦ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମଧ୍ୟ ଆସିଛି ଖୁସି ଖବର। ଯେଉଁ ମହିଳାମାନେ ଯୋଗ୍ୟତା ପୂରଣ କରୁଥିଲେ, କିନ୍ତୁ ପୂର୍ବ କିସ୍ତିରୁ ବାଦ ପଡ଼ିଥିଲେ, ସେମାନଙ୍କୁ ବକେୟା କିସ୍ତି ସହ ଏକାସଙ୍ଗେ ପାଞ୍ଚଟି କିସ୍ତିର ଟଙ୍କା ମିଳିବ।

ଅର୍ଥାତ୍, ଯୋଗ୍ୟତା ଥିବା ସତ୍ତ୍ୱେ ପୂର୍ବରୁ ଟଙ୍କା ପାଇନଥିବା ହିତାଧିକାରୀଙ୍କୁ ବକେୟା ଟଙ୍କା ସହ ଏକାସଙ୍ଗେ ପାଞ୍ଚ କିସ୍ତି ପ୍ରଦାନ କରାଯିବ। ଏହାଦ୍ୱାରା ବାଦ ପଡ଼ିଥିବା ଯୋଗ୍ୟ ମହିଳାମାନେ ମଧ୍ୟ ସୁଭଦ୍ରା ଯୋଜନାର ଲାଭ ପାଇପାରିବେ। ଅଗଷ୍ଟ ୨୮ରେ ବିପୁଳ ସଂଖ୍ୟକ ମହିଳାଙ୍କୁ ଟଙ୍କା ମିଳିବାକୁ ଥିବାରୁ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। କେଉଁ ହିତାଧିକାରୀଙ୍କୁ କେତେ ଟଙ୍କା ମିଳିବ ଏବଂ ଟଙ୍କା ହସ୍ତାନ୍ତରର ସମ୍ପୂର୍ଣ୍ଣ ପ୍ରକ୍ରିୟା ନେଇ ସରକାରଙ୍କ ପକ୍ଷରୁ ଆହୁରି ବିସ୍ତୃତ ସୂଚନା ଦିଆଯିବ।