କୁମ୍ଭୀର ସହ ଲଢ଼େଇ କରି ଜୀବନ ବଞ୍ଚାଇଲା ନାବାଳକ By Swadhikar News Last updated Aug 19, 2025 କୁମ୍ଭୀର ସହିତ ନାବାଳକ ଲଢ଼ିଛି। ଦୀର୍ଘ ସମୟ ପର୍ଯ୍ୟନ୍ତ କୁମ୍ଭୀର ସହିତ ଲଢ଼େଇ କରି ନିଜକୁ ବଞ୍ଚାଇ ପାରିଛି। ଟାଣିନେବା ପାଇଁ କୁମ୍ଭୀର ଶତଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛି କେନ୍ଦ୍ରାପଡ଼ାଜିଲ୍ଲା ରାଜକନିକା ବ୍ଲକ ଜୟନଗର ପଞ୍ଚାୟତର ଖୁଣ୍ଟା ଗାଁ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀକୂଳରେ ଆଜି ଏହି ଭଳି ଅଭାବନୀୟ ଘଟଣା ଘଟିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ କୁମ୍ଭୀର ଆକ୍ରମଣ ଘଟଣା ବାରମ୍ବାର ଘଟୁଛି। କୁମ୍ଭୀରମାନେ ନଦୀର ଜଳସ୍ତର ଭିତରେ ଉପରମୁଣ୍ଡକୁ ମଧ୍ୟ ଯାଇ ପଶିଯାଉଛନ୍ତି। ନିକଟରେ ମାଲକାନଜିଲ୍ଲା କାଳିମେଳା ଅଞ୍ଚଳରେ ଏକ ପୋଖରୀରେ କୁମ୍ଭୀର ଆତଙ୍କ ଖେଳାଇଥିଲା। ପ୍ରାୟ ତିନି ଦିନ ଯାଏଁ ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ଶେଷରେ କୁମ୍ଭୀରଟି ବନବିଭାଗର ଅକ୍ତିଆରକୁ ଆସିଥିଲା। ସୂଚନା ଅନୁସାରେ ଖୁଣ୍ଟା ଗାଁର ରତ୍ନାକର ମଲ୍ଲିକ ବିଲରେ ଚାଷ କାମ କରୁଥିଲେ। ରାକେଶ ବାପାଙ୍କ ଲାଗି ବିଲକୁ ଖାଇବାକୁ ନେଇ ଯାଇଥିଲେl ବାପାଙ୍କୁ ପାଣି ଦରକାର ପଡ଼ିଲା। ବ୍ରlହ୍ମଣୀ ନଦୀକୁ ଲାଗିଥିବା ଖୁଣ୍ଟା ଜୋରକୁ ପୁଅ ରାକେଶ ବାପା ଲାଗି ପାଣି ଆଣିବାକୁ ଯାଇଥିବା ବେଳେ କୁମ୍ଭୀର ଆକ୍ରମଣ କରିଥିଲା। ରାକେଶକୁ କୁମ୍ଭୀର ଟାଣି ନେବାକୁ ଉଦ୍ୟମ କରିଥିଲା। କିନ୍ତୁ ରାକେଶ ନଦୀକୂଳରେ ଲାଗିଥିବା କେଉଟି ଗଛକୁ ଧରି ଜୀବନ ବଞ୍ଚାଇ ଥିଲାl ପୁଅର ଚିତ୍କାର ଶୁଣି ବାପା ରତ୍ନାକର ପହଞ୍ଚି ପୁଅକୁ ଗୁରୁତର ଅବସ୍ଥାରେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି। crocodileswadhikarswadhikar news Share