ଯୁବକକୁ ଦଳି ମାରିଦେଲେ ୫ ଟିକିଆ ହାତୀପଲ । ଗତକାଲି ସନ୍ଧ୍ୟା ସମୟରେ ହାତୀ ଦେଖିବାକୁ ଯାଇ ହାତୀପଲଙ୍କ ଆକ୍ରମଣର ଶିକାର ହେଲେ ଯୁବକ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅଧୀନରେ ଥିବା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ ଭଣ୍ଡା ସେକ୍ସନର ସିଲିଟିଆ ଗ୍ରାମ୍ୟ ଜଙ୍ଗଲରେ ।
ଯୁବକ ଜଣକୁ ମାରିଦେବା ପରେ ମୃତଦେହ ନିକଟରେ ହାତୀପଲ ଜଗି ରହିଥିବାରୁ ହାତୀପଲଙ୍କୁ ଘୋଉଡାଇବାକୁ ବନବିଭାଗ ଓ ଯଶିପୁର ପୋଲିସ ନାକେଦମ ହେବାକୁ ପଡିଲା । ହାତୀପଲଙ୍କୁ ଘୋଉଡାଇବା ପାଇଁ ଦୀର୍ଘ ୫ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବିଳମ୍ବିତ ରାତିରେ ପୋଲିସ ଓ ବନବିଭାଗ ଦ୍ୱାରା ଯୁବକର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଯୁବକ ଜଣକ ହେଉଛନ୍ତି ଯଶିପୁର ଥାନା ଉସ୍କି ଗାଁର ରାମରାୟ ସାୟାଁ ବୋଲି ଜଣାପଡିଛି । ଏବେ ଦୁଧିଆଣି ରେଞ୍ଜ ଅଞ୍ଚଳରେ ୫୧ ଟି ହାତୀ ଅଛନ୍ତି ।
