Odia News Portal

ଟିଏମସିରେ ଯୋଗ ଦେଲେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ

କୋଲକାତା: ଟିଏମସିରେ ଯୋଗ ଦେଇଛନ୍ତି ପଶ୍ଚିମବଙ୍ଗର ବରିଷ୍ଟ କଂଗ୍ରେସ ନେତା ଅଭିଜିତ । ଆଜି ସେ ଟିଏସି ନେତା ପାର୍ଥ ଚାଟାର୍ଜୀଙ୍କ ଉପସ୍ଥିତିରେ ଟିଏମସିରେ ଯୋଗ ଦେଇଛନ୍ତି । କୋଲକାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଦଳରେ ଯୋଗ ଦେଇଛନ୍ତି । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଂଶସା କରିଛନ୍ତି । ଦୀର୍ଘଦିନ ହେବ ସେ ଟିଏମସିରେ ମିଶିବା ନେଇ ଆଲୋଚନା ଚାଲିଥିବା ବେଳେ ଆଜି ଦଳରେ ଯୋଗ ଦେଇଛନ୍ତି । କହି ରଖୁଛୁ କି, ଅଭିଜିତ ହେଉଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ । ପଶ୍ଚିମବଙ୍ଗ ରାଜନୀତିରେ ସେ ଜଣେ ଚର୍ଚ୍ଚିତ ଚେହେରା । ତେବେ ରାଜ୍ୟରେ କଂଗ୍ରେସ ଖରାପ ପ୍ରଦର୍ଶନ ତାଙ୍କୁ ବ୍ୟଥିତ କରିଥିଲା । ଶେଷରେ ସେ ମମତାଙ୍କ ନେତୃତ୍ୱାଧିନ ଟିଏମସିରେ ଯୋଗ ଦେଇଛନ୍ତି ।