Odia News Portal

ଏସି ଚଲାଇ ସଂକ୍ରମଣକୁ ଡାକନ୍ତୁନି

ଭୁବନେଶ୍ୱର : ଥଣ୍ଡାରେ ବ୍ୟାପିବ ସଂକ୍ରମଣ । ଅଧିକ ସମୟ ଏସିରେ ରହୁଥିବା ବ୍ୟକ୍ତିମାନେ ସାବଧାନ । କିଛି ଏପରି କହିଛନ୍ତି ପରିବାର କଲ୍ୟାଣ ନିଦେ୍ର୍ଦଶକ ବିଜୟ କୁମାର ପାଣିଗ୍ରାହୀ । ସେ କହିଛନ୍ତି ଯେ, ବେର ଏହି ଭୂତାଣୁ ପ୍ରତିହତ ପାଇଁ ବାୟୁ ଚଳପ୍ରଚଳ ଆବଶ୍ୟକ । ଗୋଟିଏ ରୁମରେ ଅଧିକ ଲୋକ ଜମା ହୁଅନ୍ତୁ ନାହିଁ । AC ଅଧିକ ନ ଚଲାଇ ଝରକା ଖୋଲନ୍ତୁ ବୋଲି ଡାକ୍ତର ପାଣିଗ୍ରାହୀ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ସୁରୁଖୁରୁରେ ଚାଲିଛି କରୋନା ଟୀକାକରଣ । ତୃତୀୟ ପର୍ଯ୍ୟାୟ ଟୀକାକରଣ ଲାଗି ଓଡିଶା ପ୍ରସ୍ତୁତ । ମେ ପହିଲାରୁ ସାରା ଦେଶରେ 18ରୁ 45 ବର୍ଷ ଭିତରେ ଟୀକାକରଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ଆଣିବେ SOP । ଗତକାଲି 102407 ଜଣଙ୍କୁ ଟୀକା ଦିଆଯାଇଛି ।  ଆଜି 750 କେନ୍ଦ୍ରରେ ଟୀକାକରଣ ଚାଲିଛି । ବର୍ତ୍ତମାନ 2.6 ଲକ୍ଷ କୋଭିସିଲ୍ଡ ଅଛି । 1.9 ଲକ୍ଷ କୋଭାକ୍ସିନ ଅଛି । ଆଜି ସବୁ ଜିଲ୍ଲାରେ ଟୀକାକରଣ ଚାଲିଛି । ତେବେ ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ ପ୍ରଭାବଶାଳୀ ବୋଲି ଆମେ ଭାବୁଛୁ ।