ଏକ ଏକୋଇସିଆ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗୋଟିଏ ଗ୍ରାମରୁ ଅନ୍ୟ ଏକ ଗ୍ରାମକୁ ଯାଇଥିଲେ ଏକ କିର୍ତ୍ତନ ଦଳ । କାର୍ଯ୍ୟକ୍ରମ ସରିବା ପରେ ଆଜି ଏକ ଟାଟା ଏସି କରି ଗ୍ରାମକୁ ଫେରୁଥିଲେ । ହେଲେ ବାଟରେ ଘଟିଲା ସଡକ ଦୁର୍ଘଟଣା । ଡ୍ରାଇଭରର ଅସାବଧାନତା ଯୋଗୁଁ ବ୍ରିଜ ତଳକୁ ଖସିଲା ଟାଟା ଏସି ।
କାମାକ୍ଷାନଗର ଥାନ ମହୁଲପାଳ ଗ୍ରାମ ନିକଟରେ ଥିବା ରାମିଆଳ ବ୍ରିଜରେ ଘଟିଥିଲା ଏହି ଅଘଟଣ । ତେବେ ଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନାଅନୁସାରେ, ଗତକାଲି(ଶୁକ୍ରବାର) ଠାରୁ ଟାଟାଏସି ଗାଡିରେ କିର୍ତ୍ତନ ଦଳ କୋଟଗରା ଗ୍ରାମକୁ ଏକ ଏକୋଇସିଆ କାର୍ଯ୍ୟରେ ଯୋଗ ଦେବା ପାଇଁ ଯାଇଥିଲେ । ସବୁ କାର୍ଯ୍ୟ ଶେଷ ହେବା ପରେ ଆଜି ସମସ୍ତ କିର୍ତ୍ତନ ଦଳ କୋଟଗରାରୁ ଆଳତୁମା ଫେରୁଥିଲେ ।
ଫେରିବା ବାଟରେ କାମାକ୍ଷାନଗର ଥାନା ମହୁଲପାଳ ଗ୍ରାମ ନିକଟରେ ଥିବା ରାମିଆଳ ବ୍ରିଜରୁ ଗାଡି ସାଇଟ ମାରିଦେବାରୁ ଟାଟା ଏସିଟି ବ୍ରିଜ ତଳକୁ ଓଲଟି ପଡିଥିଲା । ଫଳରେ ଅନେକ ଯାତ୍ରୀ ଗାଡି ଭିତରେ ଫସି ରହିଯାଇଥିଲେ ।