ପୁରୀ ସମୁଦ୍ରରେ ଅଘଟଣ । ସମୁଦ୍ରରେ ସ୍ନାନ କରୁଥିବା ବେଳେ ବୁଡ଼ିଗଲେ ପର୍ଯ୍ୟଟକ । ପୁରୀ ସ୍ବର୍ଗଦ୍ବାର ସମୁଦ୍ର କୂଳ ସେକ୍ଟର ୯ରେ ଘଟିଛି ଘଟଣା । ଲାଇଫଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତୁରନ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଉଦ୍ଧାର ପର୍ଯ୍ୟଟକ ଜଣକ ହେଲେ ବାଲେଶ୍ୱର କୁଣ୍ଡି ଗାଁର ହରିହର ବେହେରା । ଆଜି ଦିନ ସାଢେ଼ ଏଗାରଟା ବେଳେ ହରିହର ସ୍ବର୍ଗଦ୍ବାର ନିକଟ ସମୁଦ୍ରରେ ସ୍ନାନ କରୁଥିବା ବେଳେ ରିପ୍ କରେଣ୍ଟରେ ପଡ଼ି ବୁଡ଼ି ଯାଇଥିଲେ । ସେଠାରେ ଉପସ୍ଥିତି ଥିବା ଲୋକମାନେ ଚିତ୍କାର କରିବାରୁ ଲାଇଫଗାର୍ଡ ମାନେ ସମୁଦ୍ର ଭିତରକୁ ଯାଇ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ଉଦ୍ଧାର ପର୍ଯ୍ୟଟକଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପଟେ ଜିଲ୍ଲା କୋରିଆଁ ଗାଁରେ ଗତକାଲି ବାପାଙ୍କ ଶବଦାହ ସାରି ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ପୁଅ । ମୃତକ ହେଲେ କୋରିଆ ଗାଁର ସୁଶାନ୍ତ ସାହୁ । ସୁଶାନ୍ତଙ୍କ ବାପା ବୁଲା ସାହୁଙ୍କର ବାର୍ଦ୍ଧକ୍ୟଜନିତ ମୃତ୍ୟୁ ହୋଇଲା । ତେବେ ବନ୍ଧୁ , ବାନ୍ଧବ , ସମ୍ପର୍କୀୟ ୩ପୁଅ ମିଶି ବାପାଙ୍କ ଶବଦାହ କରିଆଁ ସ୍ଥିତ ମଶାଣିରେ କରିଥିଲେ । ଶବ ଦାହ ସାରି ସମସ୍ତେ ଗ୍ରାମ ନିକଟସ୍ଥ ଶିବ ମନ୍ଦିର ପୋଖରୀକୁ ଗାଧୋଇବାକୁ ଯାଉଥିବା ବେଳେ ସୁଶାନ୍ତ ବୁଡିଯାଇଥିଲେ । ସମ୍ପର୍କୀୟ ମାନେ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏଭଳି ଦୁଃଖଦ ଘଟଣାରେ ପରିବାର , ସମ୍ପର୍କୀୟ ମାନେ ଭାଙ୍ଗି ପଡିବା ସହ ଏକ ଶୋକା କୂଳ ପରିବେଶ ସୃଷ୍ଟି ହୋଇଥିଲା ।
