Odia News Portal

ଏସିଏଫ ସୌମ୍ୟ ମୃତ୍ୟୁ ମାମଲା, ଡିଏଫଓ ଏବଂ ମହିଳା ଓଆଇସିଙ୍କୁ କରାଯିବ ଜେରା

ଗଜପତି: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ମଧ୍ୟ ହେଉଛି । ତେବେ ଏହି ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ଜେରା କରାଯିବ ବୋଲି ଆଜି ଗଜପତି ଏସପି ସୂଚନା ଦେଇଛନ୍ତି । ଠି ସମୟରେ ତାଙ୍କୁ ପଚରା ଉଚରା କରାଯିବ ବୋଲି କହିଛନ୍ତି । ତଦନ୍ତରେ ସହଯୋଗ କରିବା ଲାଗି କ୍ରାଇମବ୍ରାଞ୍ଚ ଟିମ ଆସିଛି । ମୃତକଙ୍କ ଡାଇଂ ଡିକ୍ଲାରେସନ ରେକର୍ଡ ଏବଂ ଭିଡିଓଗ୍ରାଫି ହୋଇଛି । ତେବେ ଏଯାବତ ପୋଷ୍ଟମଟମ ରିପୋର୍ଟ ଆସିନାହିଁ । ଏହାଏକ ଜଟିଳ ମାମଲା ହୋଇଥିବାରୁ ସବୁଦିଗକୁ ଲକ୍ଷ୍ୟ କରି ତଦନ୍ତ ଚାଲୁ ରହିଛି ।

ସେପଟେ ମହିଳା ପୋଲିସ ଓଆଇସିଙ୍କୁ ମଧ୍ୟ ପଚରା ଉଚରା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । କେଉଁ ପରିସ୍ଥିତିରେ ଏବଂ କାହିଁକି ଦୀର୍ଘ ସମୟ ଆମ୍ବୁଲାନ୍ସ ଅଟକାଯାଇଥିଲା ତାକୁ ନେଇ ମଧ୍ୟ ତଦନ୍ତ କରାଯିବ । ତଦନ୍ତ ଚାଲିଥିବାରୁ ଏସମ୍ପର୍କରେ କିଛି କହିବାକୁ ମନା କରିଛନ୍ତି ମହିଳା ଓଆଇସି ମମତା ।