Odia News Portal

ଆଗକୁ ପର୍ବପର୍ବାଣି, ସତର୍କ ରହିବାକୁ ଅନୁରୋଧ

.୯ ଜିଲ୍ଲାରେ ୬୦% ଆକ୍ରାନ୍ତ
.ଆଉ ଦୁଇ ସପ୍ତାହରେ କମିବ ସଂକ୍ରମଣ
.ଓଡ଼ିଶାରେ କୋଭିଡ ଔଷଧର ଅଭାବ ନାହିଁ

ଭୁବନେଶ୍ୱର : କୋଭିଡ୍ ପରିସ୍ଥିତି ନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ପ୍ରେସମିଟ୍ କରିଛନ୍ତି । ଏହି ଅବସରରେ ସେ କହଛନ୍ତି ଯେ, ରାଜ୍ୟରେ ଧିରେ ଧିରେ ପଜିଟିଭ୍ ରେଟ୍ ଖସିବାରେ ଲାଗିଛି । ଯଦି ଦେଖିବା ଏବେ ଦେଶରେ କରୋନା ସଂକ୍ରମଣ କମିବା ଅ ।ରମ୍ଭ ହୋଇଛି । ରାଜ୍ୟରେ ବହୁ ପରିମାଣରେ କରୋନା ଟେଷ୍ଟ କରାଯାଉଛି । ମେ’ ୨୨ ତାରିଖରେ ସର୍ବାଧିକ ୧୨,୮୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ବାତ୍ୟା ପାଇଁ ଟେଷ୍ଟ କମିଯାଇଥିଲା, ଯେଉଁ କାରଣରୁ ପଜିଟିଭ୍ ସଂଖ୍ୟା କମିଥିଲା । ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ହେଁ ସଂକ୍ରମଣ କମିଥିବା କହିଛନ୍ତି ଏସସିଏସ ।

ସେଥିପାଇଁ ରାଜ୍ୟରେ କରୋନା ସଂକ୍ରମଣ ମଧ୍ୟ ବଢ଼ୁଛି । ରାଜ୍ୟର ୯ଟି ଜିଲ୍ଲାରୁ ଅ ।ସୁଛି ୬୦ ପ୍ରତିଶତ ମାମଲା । କିନ୍ତୁ ରାଜ୍ୟରେ ଲକଡାଉନ କାରଣରୁ ଏବେ ପଜିଟିଭ୍ ରେଟ୍ କମୁଛି । ରାଜ୍ୟରେ ଏବେ କରୋନା ପଜିଟିଭ ହାର କମି ୧୪ ପ୍ରତିଶତରେ ପହଞ୍ଚିଛି । ରାଜ୍ୟରେ ୯ଟି ଜିଲ୍ଲାରୁ ୬୦ ପ୍ରତିଶତ ମାମଲା ଅ ।ସୁଥିବା ବେଳେ ୧୯ଟି ଜିଲ୍ଲାରେ ପଜିଟିଭ୍ ହାର କମିବାରେ ଲାଗିଛି ୫ଟି ଜିଲ୍ଲାରେ ପଜିଟିଭ୍ ହାର ୫ ପ୍ରତିଶତ ତଳେ ରହିଛି । ଏଥିରୁ ଯାହା ଜଣାପଡ଼ୁଛି ରାଜ୍ୟରେ ଅ ।ସନ୍ତା ସପ୍ତାହେ କି ଦୁଇ ସପ୍ତାହେ ମଧ୍ୟରେ ପଜିଟିଭ୍ ହାର କମିବ ବୋଲି ଏସିଏସ କହିଛନ୍ତି ।
ସେପଟେ ଏବେ ରାଜ୍ୟରେ କରୋନା ଚିକିତ୍ସା ପାଇଁ ବେଡର ଅଭାବ ନାହିଁ ବୋଲି ସୂଚନା ଦେଇଛନ୍ତି ଏସିଏସ୍ । ତେବେ ଆକଟିଭ କେସର ୮୬ ପ୍ରତିଶତ ଲୋକ ହୋମ୍ ଅ ।ଇସୋଲେନସରେ ଚିକିତ୍ସିତ ହେଉଛନ୍ତି । ତେବେ ଜେନେରାଲ ବେଡରେ ରୋଗୀଙ୍କ ସଂଖ୍ୟା କମୁଛି । କ୍ରିଟିକାଲ କେୟାର ବେଡର ଅ ।ବଶ୍ୟକ କମିବାରେ ଲାଗିଛି । ଅ ।ଡିସିନାଲ୍ ଅ ।ଇସିୟୁ ବେଡ୍ ୩୬୮ଟି ବୃଦ୍ଧି କରାଯିବ ବୋଲି ଏସିଏସ ସୂଚନା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏପର୍ଯ୍ୟନ୍ତ ରାଜ୍ୟରେ କରୋନା ଔଷଧର ଅଭାବ ଦେଖାଯାଇନାହିଁ । ରାଜ୍ୟକୁ ଟିକା ରାଜ୍ୟ ସରକାର ଠିକ ସମୟରେ ଆଣିଥିବା ବେଳେ ଏବେ ଓଡ଼ିଶା ପାଇଁ ୨- ଡିଜି ୫ ହଜାର ପାଉଚ୍ ଅର୍ଡର ଦିଆଯାଇଛି । ହେଲେ ରାଜ୍ୟରେ ୬୭ ମେଟ୍ରିକ୍ ଟନର ଅକ୍ସିଜେନର ଅ ।ବଶ୍ୟକତା ରହିଛି । ରାଜ୍ୟକୁ ପ୍ରର୍ଯ୍ୟାପ୍ତ ମରିମାଣରେ ଅକ୍ସିଜେନ୍ ସିଲିଣ୍ଡର ଅ ।ସିଛି । ଅ ।ଜି ସିଧାସଳଖ ଚୀନରୁ ଭୁବନେଶ୍ୱରରେ ପହଞ୍ଚିଲା ଅକ୍ସିଜେନ ସିଲିଣ୍ଡର ।

ଏପର୍ଯ୍ୟନ୍ତ ଗୋଟିଏ ବି ହସ୍ପିଟାଲରେ ଅକ୍ସିଜେନର ଅଭାବ ଦେଖାଦେଇନି ବୋଲି କହିଛନ୍ତି ଏସିଏସ୍ । ସେପଟେ ଓଡ଼ିଶା ୧୮ଟି ରାଜ୍ୟକୁ ୨୫ ହଜାର ଟନ୍ ଅକ୍ସିଜେନ୍ ଯୋଗାଇଛି ବୋଲି ଏସିଏସ୍ କହିଛନ୍ତି । ଏବେ ଭାରତରେ ବ୍ଲାକ୍ ଫଙ୍ଗସ ରୋଗ ବଢ଼ିବାରେ ଲାଗିଛି । ଏହି ଭିତରେ ରାଜ୍ୟରେ ମଧ୍ୟ ୨୫ଟି ବ୍ଲାକ୍ ଫଙ୍ଗସ କେସ୍ ସାମ୍ନାକୁ ଅ ।ସିଛି ।କିନ୍ତୁ ଅନ୍ୟ ରାଜ୍ୟ ଅପକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି ବୋଲି ଏସିଏସ୍ କହିଛନ୍ତି ।

ସେପଟେ ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାର ସ୍ଥିତି ଭଲ ରହିଛି । ସୁରକ୍ଷାକୁ ଅ ।ଖି ଅ ।ଗରେ ରଖି ୭୦୦ ଡାକ୍ତର ଫିଲ୍ଡିରେ ନିୟୋଜିତ ହୋଇଛନ୍ତି । ଯଦି ଅ ।ଗକୁ ସ୍ଥିତି କିଛି ଅଣାୟତ ହୁଏ ତେବେ ଅ ।ଗାମି ଦିନ ପାଇଁ ତୟାର ଅଛନ୍ତି ୩ ହଜାର ୮୦୦ ସ୍ୱାସ୍ଥ୍ୟକର୍ମୀ । ୭୮୬ ଜଣ ଡାକ୍ତର ଓ ୫୬୯୫ ନର୍ସିଂ ଅଫିସରଙ୍କୁ ନିୟୋଜିତ କରାଯାଇଛି । ତେବେ ରାଜ୍ୟରେ ଏବେ ଟିକାକରଣକୁ ଯୋରଦାର କରାଯାଇଛ । ଏବେ ସୁଦ୍ଧା ୯୮ ପ୍ରତିଶତ ସ୍ାସ୍ଥ୍ୟକର୍ମୀ ଓ ଶତ ପ୍ରତିଶତ ଫ୍ରଣ୍ଟ ଲାଇନ୍ ୱାର୍କର ଟିକା ନେଇ ସାରିଛନ୍ତି । ୪୫ ବର୍ଷରୁ ଉର୍ଦ୍ଧ ୪୧ ପ୍ରତିଶତ ଲୋକ ଟିକା ନେଇ ସାରିଥିବାବେଳେ ୧୧ଟି ଟାଉନରେ ସାବାଳକଙ୍କ ପାଇଁ ଟିକା ବ୍ୟବସ୍ଥା ଜୋରଦାର କରାଯାଉଛି । ରାଜ୍ୟରେ ଭ୍ୟାକସିନ୍ ୱେଷ୍ଟେଜ୍ ମାଇନସ୍ ୪ ପ୍ରତିଶତରେ ପହଞ୍ଚିଛି । ଏହା ଦ୍ୱାରା ୨ ଲକ୍ଷ ୮୦ ହଜାର ଡୋଜ୍ ଟିକା ଦିଅ ।ହୋଇଛି । ଗ୍ଲୋବାଲ୍ ଟେଣ୍ଡରେ ଜରିଅ ।ରେ ଟିକାକରଣ ଆଗକୁ ଆହୁରି ଜୋରଦାର ହେବ । ଆବଶ୍ୟକ ଭ୍ୟାକସିନ୍ ଆସିଲେ ୩ ମାସ ମଧ୍ୟରେ ସମସ୍ତଙ୍କୁ ଟିକା ମିଳିପାରିବ ।
ସାଇକ୍ଲୋନ୍ ସମୟରେ କୋଭିଡ୍ ଚିକିତ୍ସାରେ ସମସ୍ୟା ହୋଇନି ବୋଲି ଏସିଏସ୍ କହିଛନ୍ତି । ବାଲେଶ୍ୱରରେ କିଛି ଲୋକଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ସାଇକ୍ଲୋନ୍ ଯିବା ପରେ ଟିକାକରଣ ଓ ଟେଷ୍ଟିଂ ଜୋରଦାର ହେଉଛି । ୩ ମାସ ଘରକୁ ଘର ବୁଲି ଟେଷ୍ଟିଂ କରିବା ପାଇଁ ନିଦେ୍ର୍ଦଶ ରହିଛି ବୋଲି ଏସିଏସ୍ କହିଛନ୍ତି । ଆଶା କର୍ମୀ ଓ ଗାଁ କଲ୍ୟାଣ ସମିତିକୁ ପ୍ରୋତ୍ସାହିତ କରାଯାଇଛି । ସମସ୍ତେ ମାସ୍କ ବ୍ୟବହାର କରିବା ଉଚିତ ଅଟେ ବୋଲି କୁହାଯାଇଛି । ଆଗକୁ ଆସୁଛି ରଜ ଓ ସାବିତ୍ରୀ । ସେଥିପାଇଁ ସତର୍କ ରହିବା ଜରୁରୀ ଅଟେ ବୋଲି ସୂଚନା ଦେଇଛନ୍ତି ଏସିଏସ୍ । ବଜାରଘାଟ ଅ ।ସୁଥିବା ଲୋକ ଭିଡ ଜମାଇବା ଉଚିତ ନୁହେଁ ସେ କହିଛନ୍ତି । ସେପଟେ ତୃତୀୟ ଲହର ପାଇଁ ତୟାର ଅଛନ୍ତି ରାଜ୍ୟ ସରକାର । ହସ୍ପିଟାଲର ଭିତ୍ତିଭୂମି ଉପରେ ଫୋକସ୍ କରାଯାଇଛି । ମାସେ ଦି ମାସ ମଧ୍ୟରେ ସମସ୍ତ ଜିଲ୍ଲାରେ ଆରଟି-ପିସିଆର ଲ୍ୟାବ ହେବ ବୋଲି ସୂଚନା ଦେଇଛନ୍ତି ଏସିଏସ ।
ଏସିଏସ୍ କହିଛନ୍ତି, ଅ ।ଜି ରାଜ୍ୟରେ ୯୫୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମେ’ ୨୨ ତାରିଖ ଦିନ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲା, ତେଣୁ ଏହି ଦିନକୁ ଅ ।ମକୁ ପିକ୍ ଧରିବାକୁ ହେବ । ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିଛି, ଯାହା ଆଶ୍ୱସ୍ତିକର । ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଜିଲ୍ଲା ଗୁଡ଼ିକରେ ସଂକ୍ରମଣ କମୁଛି । ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ହେଁ ସେଠାରେ ବିପଦ ଟଳିନାହିଁ । ଏଥିପାଇଁ ଅ ।ନ୍ଧ୍ର ଓ ପଶ୍ଚିମବଙ୍ଗ ସୀମାନ୍ତ ସିଲ୍ କରାଯାଇଥିବା ଏସସିଏସ୍ କହିଛନ୍ତି ।
ଏସିଏସ୍ ଆହୁରି କହିଛନ୍ତି, ଆମ ରାଜ୍ୟର ମୋଟ ୯ଟି ଜିଲ୍ଲାରେ ସଂକ୍ରମଣ ୬୦ ପ୍ରତିଶତ ରହିଛି । ସେହି ୯ଟି ଜିଲ୍ଲା ହେଲେ ଖୋର୍ଦ୍ଧା, କଟକ, ଅନୁଗୋଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ୱର, ବରଗଡ଼, ପୁରୀ । ରାଜ୍ୟରେ ପଜିଟିଭିଟି କମି ଅ ।ଜି ସୁଦ୍ଧା ୧୪%ରେ ପହଞ୍ଚିଛି । ୧୯ଟି ଜିଲ୍ଲାରେ ପଜିଟିଭିଟି ହାର କମୁଛି । ୫ଟି ଜିଲ୍ଲାରେ ସଂକ୍ରମଣ ହାର ୫% ତଳେ ରହିଛି । ଆଗକୁ ପଜିଟିଭିଟି ଅ ।ହୁରି କମିବ ବୋଲି ଏସିଏସ୍ କହିଛନ୍ତି ।