Odia News Portal

କୁନୋ ଜାତୀୟ ଉଦ୍ୟାନକୁ ୧୮ରେ ଆସିବେ ୧୨ ଚିତାବାଘ

ଆସିବେ ନୂତନ ଚିତାବାଘ, ପ୍ରଥମ ଯୋଜନା ସୂଚାରୁ ରୂପେ ସଫଳ ହେବା ପରେ କାର୍ଯ୍ୟକାରୀ ହେବ ଦ୍ୱିତୀୟ ଯୋଜାନ । ତେବେ ଆସନ୍ତା ୧୮ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଦ୍ବିତୀୟ ଦଫାରେ ପୁଣି ଆଉ ୧୨ଟି ଚିତାବାଘ ଆଣିବାକୁ ଯୋଜନା ରହିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀ। ଜଙ୍ଗଲ ବିଭାଗର ଯୋଜନାନୁଯାୟୀ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତାବାଘ ଏକ ସ୍ବତନ୍ତ୍ର ବିମାନରେ ଗ୍ବାଲିୟରରେ ପହଞ୍ଚିବ। ସେଠାରୁ ଚିତାବାଘଙ୍କୁ କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇ ଯନ୍ତାମୁକ୍ତ କରାଯିବ। ସୂଚନାଥାଉ କି ଗତ ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀ ଯନ୍ତାମୁକ୍ତ କରି ୮ଟି ଚିତାବାଘକୁ କୁନୋ ଜଙ୍ଗଲରେ ଛାଡ଼ିଥିଲେ। ପ୍ରଥମଦଫାରେ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିବା ଚିତାବାଘ ଭଲରେ ଥିବା ଜଣାପଡ଼ିଛି।