Odia News Portal

ଯୌନ କେଳେଙ୍କାରୀ: ବନ୍ଧା ହେଲେ ପ୍ରଶିକ୍ଷିକା

ଭୁବନେଶ୍ୱର: ରାଜଧାନୀର ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ସେକ୍ସ ରାକେଟ୍‌ ଘଟଣାରେ ମହିଳା ପ୍ରଶିକ୍ଷକ ମଧୁମଞ୍ଜରୀ ଧଳଙ୍କୁ ଗିରଫ କରିଛି ପୋଲିସ । ଭିନ୍ନକ୍ଷମଙ୍କୁ ଯୌନ ନିର୍ଯାତନା ମାମଲାରେ ବନ୍ଧା ହେଲା ସୁରେଶ ବେହେରାର ମୁଖ୍ୟ ସହଯୋଗୀ ମଧୁମଞ୍ଜରୀ ଧଳ ।

ଭୁବନେଶ୍ୱର ଏୟାରପୋର୍ଟ ଥାନା ପୋଲିସ ମହିଳା ପ୍ରଶିକ୍ଷକ ମଧୁ ମଞ୍ଜରୀ ଧଳଙ୍କୁ ଗିରଫ କରିଛି । ମଧୁ ତାଲିମ୍ କେନ୍ଦ୍ରକୁ ଆସୁଥିବା ଭିନ୍ନକ୍ଷମ ଯୁବତୀମାନଙ୍କୁ ବଳ ପୂର୍ବକ ସଂସ୍ଥାର ସଂପାଦକଙ୍କ ସହ ରାତି ବିତାଇବାକୁ ବାଧ୍ୟ କରୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା | ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ୫ ହଜାର ଟଙ୍କାର ଲୋଭ ଦେଖାଉଥିଲା ମଧୁମଞ୍ଜରୀ ଓ ସୁରେଶ ବେହେରା । ଗତକାଲି ଏୟାରପୋର୍ଟ ଥାନାରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଭିନ୍ନକ୍ଷମ । ଅନ୍ୟପକ୍ଷେ ଘଟଣାରେ ସୁରେଶ ବେହେରା ଏପର୍ଯ୍ୟନ୍ତ ମଧ୍ୟ ଫେରାର ରହିଛି ।

କିଛିଦିନ ତଳେ ଜଣେ ପୀଡିତା ଭୁବନେଶ୍ୱର ଏୟାରପୋର୍ଟ ଥାନାରେ ଅଭିଯୋଗ କରିବା ପରେ ମଧୁମଞ୍ଜରୀଙ୍କ ନାଁ’ରେ ପୋଲିସ ମାମଲା ରୁଜୁ କରିଥିଲା। ପୂର୍ବରୁ ସଂସ୍ଥାର ସଂପାଦକ ଭିନ୍ନକ୍ଷମ ତାଳିମ କେନ୍ଦ୍ର ପରିସରରେ ସରକାରୀ ଅଫିରସମାନଙ୍କୁ କର୍ଲଗାଲ ଯୋଗାଇ ଖୁସି କରୁଥିବା ନେଇ ଅଭିଯୋଗ ମଧ୍ୟ ହୋଇଥିଲା । କର୍ଲଗାଲ ନ ମିଳିଲେ ତାଲିମ ନେଉଥିବା ଭିନ୍ନକ୍ଷମ ଯୁବତୀମାନଙ୍କୁ ରାତି ବିତାଇବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।