Odia News Portal

ପୁରୀରେ ପ୍ରସ୍ତାବିତ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଶ୍ରୀକ୍ଷେତ୍ର ବା ଜଗନ୍ନାଥ ଧାମ ପୁରୀରେ ଏୟାରପୋର୍ଟ ନିର୍ମାଣ ଲାଗି ବହୁଦିନ ହେବ ଚର୍ଚ୍ଚା ହେଉଥିଲା । ବିମାନବନ୍ଦର ନିର୍ମାଣ ଲାଗି ଯେଉଁସ୍ଥାନ ପ୍ରସ୍ତାବ ଦିଆଯାଇଥିଲା ଆଜି ସେଠାରେ ସର୍ଭେ ହୋଇଥିବା ସୂଚନା ମିଳିଛି । ଏୟାରପୋର୍ଟ ଅଥରିଟି ପକ୍ଷରୁ ଏହି ସର୍ଭେ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଟିମ୍ ପୁରୀ-ବ୍ରହ୍ମଗିରି ରାସ୍ତାର ଗିରଳ ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଦୁଇଟି ସ୍ଥାନ ବୁଲି ଦେଖିଛନ୍ତି।

ପୁରୀରେ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ଏୟାରପୋର୍ଟ ପାଇଁ ପୂର୍ବରୁ ଘୋଷଣା ହୋଇଥିଲା। ଏହାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ପ୍ରକ୍ରିୟା ଚାଲିଥିଲା। ଆଜି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ଟିମ୍ ଜମି ଦେଖିବା ପରେ ପରବର୍ତ୍ତୀ ରୂପରେଖ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ଏହି ସମୟରେ ପୁରୀ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ।