Odia News Portal

ମେଲବର୍ଣ୍ଣରେ ରାହାଣେଙ୍କ ଦମଦାର ଶତକ

ମେଲବର୍ଣ୍ଣରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ବକ୍ସିଂ ଡେ ଟେଷ୍ଚର ପ୍ରଥମ ଇନିଂସରେ ଅଧିନାୟକ ଆଜିଙ୍କ୍ୟ ରାହାଣେ ଆକର୍ଷଣୀୟ ଶତକ । ସେ ତାଙ୍କ ଟେଷ୍ଟ କ୍ୟାରିଅରରେ ୧୨ତମ ଶତକ ଲଗାଇଛନ୍ତି । ସେ ଆକର୍ଷଣୀୟ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୧୯୫ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପ୍ରଥମ ଇନିଂସ ଆରମ୍ଭରେ ବିନା କୌଣସି ରନରେ ଗୋଟିଏ ଓ୍ୱିକେଟ୍ ହରାଇଥିଲା । ମୟଙ୍କ ଅଗ୍ରଓ୍ୱାଲ ୦ ରନ୍ କରି ମିଚେଲ ଷ୍ଟାର୍କଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏହାପରେ ଭାରତୀୟ ଦଳର ଖେଳାଳୀ ଶୁଭମନ ଗିଲ୍ ଓ ଚେତଶ୍ୱର ପୂଜାରା ବ୍ୟାଟିଂ କରିବାକୁ ଆସିଥିଲେ । ପ୍ରଥମ ଦିନରେ ଦଳର ସ୍କୋର ଗୋଟିଏ ଓ୍ୱିକେଟ୍ ବିନିମୟରେ ୩୬ ରହିଥିଲା ।

ତେବେ ଆଜି ଦ୍ୱିତୀୟ ଦିନରେ ଭାରତ ତା’ର ସ୍ଥିତି ଦୃଢ କରିଛି । ବ୍ୟାଟ୍ସ ମ୍ୟାନ ଆଜିଙ୍କ୍ୟ ରାହାଣେଙ୍କ ଦମଦାର ଶତକ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଂଚାଇଛି । ସେ ୧୯୪ ଟି ବଲ୍ ଖେଳି ୧୧ ଟି ଚୌକା ସହ ଶତକ ହାସଲ କରିଛନ୍ତି । ଏହା ସହ ଭାରତୀୟ ଦଳ ୨୭୬ ରନ ସହ ଅଷ୍ଟ୍ରେଲିଆ ଠାରୁ ୮୧ ରନ ଆଗରେ ରହି ପାଳି ସମ୍ଭାଳିଛି । ରାହାଣେ ଅଷ୍ଟ୍ରେଲିଆ ମାଟିରେ ଦ୍ୱାଦଶ ଶତକ ପୂରଣ କରିଛନ୍ତି । ଏହାସହ ପଞ୍ଚମ ଭାରତୀୟ ଅଧିନାୟକ ଭାବେ ସେ ଏହି କୀର୍ତ୍ତି ପ୍ରତିଷ୍ଠା କରିଛନ୍ତି ।ତାଙ୍କ ପୂର୍ବରୁ ମହମ୍ମଦ ଆଜହରୁଦ୍ଦୀନ, ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବିରାଟ କୋହଲି ମଧ୍ୟ ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ଶତକ ଲଗାଇଛନ୍ତି ।