Odia News Portal

ଭାରତକୁ କଟାକ୍ଷ କରି ଏମିତି କହିଲେ ଶୋଏବ ଅଖତର

ନୂଆଦିଲ୍ଲୀ: ପୁଣିଥରେ ଭାରତକୁ କଟାକ୍ଷ କରିଛନ୍ତି ପୂର୍ବତନ ପାକିସ୍ତାନୀ କ୍ରିକେଟର ଶୋଏବ ଅଖତର । ଉଦଘାଟନୀ ମ୍ୟାଚରେ ପାକିସ୍ତାନଠାରୁ ଭାରତ ହାରିବା ପରଠାରୁ ନିୟମିତ ଭାବେ କଟାକ୍ଷ କରି ଆସୁଛନ୍ତି ଶୋଏବ । ଗତକାଲି ପାକିସ୍ତାନ ନ୍ୟୁଜିଲାଣ୍ଡକୁ ପାଞ୍ଚ ୱିକେଟରେ ପରାସ୍ତ କରିଛି ଏବଂ ଏହି ପରାଜୟ ପରେ ସେମିଫାଇନାଲରେ ପାକିସ୍ତାନର ପ୍ରବେଶ କରିବା ସହଜ ହୋଇଛି। ପାକିସ୍ତାନର ଏହି ବିଜୟ ପରେ ପୂର୍ବତନ କ୍ରିକେଟର ଶୋଏବ ଅଖତର ଟିମ୍ ଇଣ୍ଡିଆକୁ କଟାକ୍ଷ କରିଛନ୍ତି। ଅଖତର କହିଛନ୍ତି ଯେ ଏହି ମ୍ୟାଚକୁ ନେଇ ଭାରତୀୟଙ୍କ ଜୀବନ ଫସି ରହିଥିଲା ଏବଂ ଆମେ ସେମାନଙ୍କ କାମକୁ ସହଜ କରିଥିଲୁ। ଲଗାତାର ଦୁଇଟି ମ୍ୟାଚ୍ ଜିତି ଗ୍ରୁପ୍-୨ରେ ପାକିସ୍ତାନ ଏବେ ନିଜର ସ୍ଥିତିକୁ ମଜବୁତ କରିଛି।

ଅକ୍ଟୋବର ୩୧ ରେ ଉଭୟ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପରର ମୁହାଁମୁହିଁ ହେବେ ଏବଂ ଗୋଟିଏ ପ୍ରକାରେ ଏହି ମ୍ୟାଚ୍ ଉଭୟ ଦଳ ପାଇଁ କର ବା ମର ଭଳି ହେବ । ଅଖତର ତାଙ୍କ ୟୁଟ୍ୟୁବ ଚ୍ୟାନେଲରେ କହିଛନ୍ତି, ‘ପ୍ରଥମ ଥର ପାଇଁ ଏହା ଘଟିଛି ଯେ ଭାରତ ପାକିସ୍ତାନର ବିଜୟ ପାଇଁ ପ୍ରାର୍ଥନା କରୁଥିଲା ଏବଂ ଆମେ ସେମାନଙ୍କୁ ବଞ୍ଚାଇ ଦେଇଥିଲୁ। ଭଲ ପଡ଼ୋଶୀମାନେ ସେୟା ହିଁ କରନ୍ତି ଜ୍ଝ ଏହାକୁ ମନେ ରଖିବା ଉଚିତ ।