ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ଅଭିଯୋଗ ମାମଲାରେ ଅତିରିକ୍ତ ଏସପିଙ୍କୁ ଭେଟିଲା ରାଜ୍ୟ ମହିଳା କଂଗ୍ରେସ । ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ୱରେ ୨୦ ଜଣିଆ ପ୍ରତିନିଧି ଟିମ ଅତିରିକ୍ତ ଏସପିଙ୍କ ସହ ଆଲୋଚନା କରିଛନ୍ତି । ଅଭିଯୋଗର ତଦନ୍ତ ପ୍ରକ୍ରିୟା ସଠିକ ରୂପେ ଚାଲିଛି କି ନାହିଁ ତାହା ତଦାରଖ କରିଛି ରାଜ୍ୟ ମହିଳା କଂଗ୍ରେସ। ପୀଡିତାଙ୍କୁ ନ୍ୟାୟ ନମିଳିଲେ କଂଗ୍ରେସ ରାଜାରାସ୍ତା କୁ ଓହ୍ଲାଇବ ବୋଲି କହିଛନ୍ତି ଓଡିଶା ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀ ପତି ।ଅନ୍ୟପଟେ ଏପଟେ ଆଡିସନାଲ ଏସପି କହିଛନ୍ତି, ଘଟଣାର ତଦନ୍ତ ଭାର ଜଣେ ବରିଷ୍ଠ ମହିଳା ଡିଏସପିଙ୍କୁ ଦିଆଯାଇଛି। ମହିଳା ହାବିଲଦାରଙ୍କ ଇସ୍ତଫା ପତ୍ର ଗ୍ରହଣ କରାଯାଇନି। ତାହା ଏବେ ତଦନ୍ତ ପରିସରଭୁକ୍ତ ରହିଛି। ସେ ଏବେ ୬ ଦିନ ଛୁଟିରେ ଅଛନ୍ତି। ଆସିବା ପରେ ତାଙ୍କ ବୟାନ ଆଧାରରେ ତଦନ୍ତ ଆଗେଇବ। ଅନ୍ୟ ଜଣେ ଡିଏସପିଙ୍କ ନେତୃତ୍ୱରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ମଧ୍ୟ ତଦନ୍ତ କରୁଛି। ତଦନ୍ତ ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
