Odia News Portal

ଆଜିଠୁ ଆରମ୍ଭ ଅମରନାଥ ଯାତ୍ରା

ଦୀର୍ଘ ଦୁଇ ବର୍ଷ ପରେ ଆଜିଠୁ ଅମରନାଥ ଯାତ୍ରା ଆରମ୍ଭ ହୋଇଛି । ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଭକ୍ତ ମାନେ ପବିତ୍ର ଗୁମ୍ଫାକୁ ପ୍ରବେଶ କରି ବାବା ଅମରନାଥଙ୍କ ଦର୍ଶନ କରୁଛନ୍ତି ।

କରୋନା ଯୋଗୁ ଗତ ୨ ବର୍ଷ ଧରି ବନ୍ଦ ଥିଲା ଅମରନାଥ ଯାତ୍ରା । ଚଳତ ବର୍ଷ କରୋନା ସଂକ୍ରମଣ କମ୍‌ ରହିଥିବାରୁ ଅମରନାଥ ଯାତ୍ରାକୁ ଅନୁମତି ଦେଇଛନ୍ତି ସରକାର । ୨ ବର୍ଷ ପରେ ଭକ୍ତ ମାନେ ବରଫ ଲିଙ୍ଗ ଦେଖିପାରୁଥିବାରୁ ବହୁତ ଖୁସି ବ୍ୟକ୍ତ କରିଛନ୍ତି । ହର ହର ମହାଦେବ, ଭୋଲେ ବମ୍‌ ଆଦି ନାମ ଉଚ୍ଚାରଣରେ ପ୍ରକମ୍ପିତ ହେଉଛି ଏହି ଶୈବ ପୀଠ । ଏହି ଯାତ୍ରା ଆଜିଠାରୁ ଆରମ୍ଭ ହୋଇ ଅଗଷ୍ଟ ୧୧ ତାରିଖ ଯାଏ ଚାଲିବ ।

ଯାତ୍ରାକୁ ଶାନ୍ତିଶୃଙ୍ଖଳାରେ ଶେଷ କରିବାକୁ ପ୍ରଶାସନ ପକ୍ଷରୁ କଡ଼ା ବ୍ୟବସ୍ଥା କରାଯାଇଛି । ଜମ୍ମ କାଶ୍ମୀର ପୁଲିସ ଓ ସେନା ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଉଛି । ସେନା ପକ୍ଷରୁ ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଅମରନାଥଙ୍କ ଏହି ଯାତ୍ରାରେ ଭକ୍ତ ମାନେ ସାମିଲ ହୋଇ ନିଜର ଖୁସି ଜାହିର କରିଛନ୍ତି । ଦୁଇ ବର୍ଷ ପରେ ଭଗବାନ ଙ୍କୁ ଦେଖି ସମସ୍ତ ଶ୍ରଦ୍ଧାଳୁ ଖୁସି ବ୍ୟକ୍ତ କରିଛନ୍ତି ।