ମୁଖ୍ୟ ଶାସନ ସଚିବଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖିଛି ଅଲ୍ ଓଡ଼ିଶା ଅଙ୍ଗନବାଡି଼ ଲେଡିଜ୍ ୱାର୍କର୍ସ ଆସୋସିଏସନ୍ ।ସଭାନେତ୍ରୀ ସୁମିତା ମହାପାତ୍ର ଓ ସାଧାରଣ ସମ୍ପାଦକ ଝୁନୁପମା ଶତପଥୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅପରାହ୍ଣରେ ଲୋକସେବା ଭବନକୁ ଯାଇଥିଲେ । ସେଠାରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ନେତୃମଣ୍ଡଳୀ ଆଲୋଚନା କରିଥିଲେ । ବୈଠକରେ ଶ୍ରୀ ମହାପାତ୍ର ଅଙ୍ଗନବାଡ଼ି କର୍ମୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ସଭାନେତ୍ରୀ ସୁମିତାଙ୍କ ସୂଚନା ମୁତାବକ, ସଂଘର ୮ ଦଫା ଦାବି ସମ୍ପର୍କରେ ଆସନ୍ତା ଫେବ୍ରୁଆରି ଦ୍ୱିତୀୟ ସପ୍ତାହରେ ଆଲୋଚନା ହେବ । ସେ ପର୍ୟ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି । ଆଶା କରାଯାଉଛି ଯେ ମୁଖ୍ୟ ସଚିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ନେଇ ଆଲୋଚନା କରିବେ । ଯଦି ସରକାର କିଛି ଏପଟ ସେପଟ କରନ୍ତି, ପୁଣି ହଜାର ହଜାର କର୍ମୀ ଆନ୍ଦୋଳନରେ ବସିବେ ।
ସୂଚନାଥାଉକି, ଗତ ନଭେମ୍ବର ମାସ ୨୧ ତାରିଖରେ ସଂଘ ପକ୍ଷରୁ ଧାରଣା ଆରମ୍ଭ ହୋଇଥିଲା । ଉକ୍ତ ଦିନ ମହିଳା, ଶିଶୁ ସଶକ୍ତିକରଣ ଓ ମିଶନ ଶକ୍ତି ସଚିବ ଶୋଭା ଶର୍ମାଙ୍କ ସହ ଆଲୋଚନା ବିଫଳ ହୋଇଥିଲା । ସଂଘର ଦାବି ରହିଛି, ବିତାଡି଼ତ ୬ କର୍ମୀଙ୍କୁ ପୁନଃନିଯୁକ୍ତି ଦିଆଯାଉ । ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦିଅ । ସର୍ବନିମ୍ନ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦରମା ଦିଅ । ଗ୍ରାଜୁଏଟ ୱାର୍କରଙ୍କୁ ସୁପରଭାଇଜର ପଦବିକୁ ପଦୋନ୍ନତି ମିଳୁ । ଅବସର ବେଳେ ଏକକାଳୀନ ୫ ଲକ୍ଷ ଟଙ୍କା ପ୍ରଦାନ ସହ ୫ ହଜାର ଟଙ୍କା ପେନସନ ଦିଆଯାଉ । ପେନ୍ସନ୍, ଗ୍ରାଚୁଇଟି ଦିଆଯାଉ । ଇପିଏଫ୍ କଟାଯାଉ । ମିନି ଅଙ୍ଗନବାଡି଼ କର୍ମୀଙ୍କୁ ଅଙ୍ଗନବାଡ଼ି କର୍ମୀ ମାନ୍ୟତା ଦିଆଯାଉ । କେହି କାର୍ୟ୍ୟ ବେଳେ ମୃତ୍ୟୁ ବରଣ କଲେ, ପରିବାରର ଜଣଙ୍କୁ ଚାକିରି ମିଳୁ ।
Sign in
Sign in
Recover your password.
A password will be e-mailed to you.
