Odia News Portal

ନକଲି କାରଖାନାର ହବ୍ ପାଲଟିଛି ସିଲଭର ସିଟି କଟକ

କଟକରୁ ପୁଣି ଠାବ ହେଲା ନକଲି ଘିଅ କାରଖାନା । ପିଠାପୁର ଅଞ୍ଚଳରୁ ଏକ ନକଲି ଘିଅ କାରଖାନା ଉପରେ ଚଢାଉ କରିଛି ବାଦାମବାଡି ପୋଲିସ । ବିପୁଳ ପରିମାଣର କଞ୍ଚାମାଲ ସହ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଛି । ଏହି ମାମଲାରେ ପୋଲିସ ଜଣଙ୍କୁ ଅଟକ ରଖିଛି। ଏହି କାରଖାନାରେ ଦୁର୍ଗା ବ୍ରାଣ୍ଡ ନାଁରେ ଘିଅରେ ଅପମିଶ୍ରଣ କରାଯାଉଥିଲା। ଏହାସହ ବହୁ ନାମୀଦାମୀ କମ୍ପାନୀର ଖୋଳ ମଧ୍ୟ ଜବତ କରିଛି ପୋଲିସ ।

କଟକରୁ ବାରମ୍ବାର ନକଲି ସାମଗ୍ରୀର କାରଖାନା ଉପରେ ପୋଲିସ ଚଢାଉ କରୁଛି । ବିପୁଳ ପରିମାଣର ନକଲି କାରଖାନା ଯୋଗୁଁ କଟକକୁ ନକଲି କାରଖାନାର ହବ୍ ବୋଲି କୁହାଯାଉଛି । ଏହା ପୂର୍ବରୁ କଟକ ଜଗତପୁର ଅଞ୍ଚଳରୁ ନକଲି ଘିଅ, ହଳଦୀ ଓ ମସଲା କାରଖାନା ଉପରେ ଚଢାଉ କରିଛି ପୋଲିସ ।ତେବେ ଏଠାରେ ଅପମିଶ୍ରିତ ଘିଅ କିପରି ପ୍ରସ୍ତୁତ କରାଯାଉଥିଲା, ଆଉ ସେସବୁକୁ କେଉଁ କେଉଁ ବ୍ରାଣ୍ଡରେ ବଜାରକୁ ଛଡ଼ା ଯାଉଥିଲା, ତା’ର ତଦନ୍ତ କରୁଛି ପୁଲିସ୍। ତେବେ ଏଠାରେ ପ୍ରସ୍ତୁତ ହୋଇଥିବା ଘିଅର ସାମ୍ପୁଲକୁ ସଂଗ୍ରହ କରି ଲାବୋରେଟରୀକୁ ପଠାଇଛି ପୁଲିସ।