Odia News Portal

ପରୀ ହତ୍ୟା ମାମଲାରେ ମିସ୍ କେସ୍ ଦାୟର

ନୟାଗଡ଼ ଚର୍ଚ୍ଚିତ ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍ କେସ୍ ଦାୟର । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର ହୋଇଛି ଏହି ମିସ୍ କେସ୍। ଏତଲାରେ ନାଁ ଥିବା ବ୍ୟକ୍ତିଙ୍କ ପଲିଗ୍ରାଫ ଟେଷ୍ଟ କରିବାକୁ ଆବେଦନ କରାଯାଇଛି। ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ମାମଲାରେ ଆବେଦନ କରାଯାଇଛି। ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସରୋଜ ସେଠୀ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସ୍‌ଆଇଟି। ଜେରା ବେଳେ ଏସଆଇଟିକୁ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ମିଳିଥିଲା। ପରେ ତଦନ୍ତକାରୀ ଦଳ ତାଙ୍କ ଘରୁ ଏକ ରକ୍ତଲଗା ଗାମୁଛା ଜବତ କରିଥିଲା। ତେବେ ଏପର୍ଯ୍ୟନ୍ତ ତଦନ୍ତରେ ଅଭିଯୁକ୍ତ କିଏ ତାହା ସ୍ପଷ୍ଟ ହେଉନାହିଁ । ତେଣୁ ଘଟଣାର ଅନ୍ୟତମ ସନ୍ଦିଗ୍ଧ ବାବୁଲି ନାୟକଙ୍କ ପଲିଗ୍ରାଫ ଟେଷ୍ଟ କରାଯାଉ ବୋଲି କୋର୍ଟରେ ଆବେଦନ କରାଯାଇଛି |