Odia News Portal

ସମାଧାନ ହେଲା ସମସ୍ୟା, ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଲେ ଅପରାଜିତା

ଭୁବନେଶ୍ୱର: ସାମାନ୍ୟ ବର୍ଷା ହେଲେ ରାଜଧାନୀ ହୋଇ ଯାଉଛି ଜଳମଗ୍ନ । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ନୟାପଲ୍ଲୀ ଅଞ୍ଚଳର ଜଳ ନିଷ୍କାସନ ଲାଗି ୧୨୦ ବାଟାଲିୟନ ପରିସରରେ ଏକ ଡ୍ରେନ ନିର୍ମାଣ ଲାଗି ସ୍ଥାନୀୟ ଲୋକେ ସାଂସଦଙ୍କୁ ଜଣାଇଥଲେ । ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଆଲୋଚନା କରିଥିଲେ ଅପରାଜିତା । ଏବେ ଏହି ଡ୍ରେନ ନିର୍ମାଣ ଲାଗି ଅନୁମତି ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭୁବନେଶ୍ୱର ସାଂସଦ ।

ସୂଚନା ଥାଉକି, ରାଜଧାନୀରେ ବର୍ଷା ହେଲେ ଅବସ୍ଥା କଥା ନକହିବା ଭଲ । ତେବେ ନୟାପଲ୍ଲୀ ଅଞ୍ଚଳରେ ଡ୍ରେନେଜ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକେ ସାଂସଦଙ୍କୁ ଜଣାଇବା ପରେ ସେ ତତ୍ପରତା ସହ ଫେବୃୟାରୀ ୧୫ ୨୦୨୦ ମସିହାରେ ଏନେଇ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ୧୨୦ ବାଟାଲିୟନ ଅଞ୍ଚଳରେ ଏହି ଡ୍ରେନଟି ଯାଉଥିବାରୁ ସେ ରାଜନାଥଙ୍କ ସହ ଆଲୋଚନା କରିଥିଲେ । ଯାହାକି ଏବେ କାମ ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ମିଳିଛି । ଏହି ପ୍ରକଳ୍ପକୁ ଅନୁମତି ମିଳିବା ପରେ ସାଂସଦ ନିଜ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ରାଜନାଥ ସିଂଙ୍କ ସହ ଆଲୋଚନା କରୁଥିବା ସମୟର ଫଟୋ ଓ ଚିଠିକୁ ପୋଷ୍ଟ କରିଛନ୍ତି । ଏହାସହ ଉଭୟ ପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବା ଦେଖିବାକୁ ମିଳିଛି ।