Odia News Portal

ଅଭିଯୁକ୍ତ ସରୋଜର ହେବ ନାର୍କୋ ଟେଷ୍ଟ!

ନୟାଗଡ଼: ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଆନାଲିସିସ ଟେଷ୍ଟ | ପରୀ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଛି ଏସଆଇଟି । ନୟାଗଡ ପକ୍ସୋ କୋର୍ଟରେ ଏହି ଆବେଦନ ହୋଇଛି । ପରୀ ମୃତ୍ୟୁ ମାମଲାରେ ସରୋଜ ସେଠୀକୁ ଗିରଫ କରିସାରିଛି ଏସାଆଇଟି । ପରୀକୁ ପ୍ରଥମେ ହତ୍ୟା ଓ ପରେ ମୃତଦେହ ସହ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ ସରୋଜ ସେଠୀ | ସରୋଜ ଦୁଷ୍କର୍ମ ଉଦ୍ୟମ କରିବା ପରେ ତଣ୍ଟିଚିପି ହତ୍ୟା କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ | ପୂର୍ବରୁ ଅଭିଯୁକ୍ତ ସରୋଜର ପଲିଗ୍ରାଫ ଟେଷ୍ଟ କରାଯାଇଥିବାବେଳେ ଏବେ ଅଧିକ ତଥ୍ୟ ପ୍ରମାଣ ଯୋଗାଡ ପାଇଁ ଏସଆଇଟି ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଛି ।

କିନ୍ତୁ ଅନ୍ୟପକ୍ଷେ ପରୀ ହତ୍ୟା ମାମଲାରେ ସରୋଜ ସେଠୀ ହତ୍ୟାକାରୀ ବୋଲି ମାନିବାକୁ ନାରାଜ ମୃତ ପରୀର ପରିବାର ଲୋକ | ନୟାଗଡ ଯଦୁପୁରରେ ପରୀ ମୃତ୍ୟୁ ମାମଲା ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଏନେଇ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି |