Odia News Portal

ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ

ବିଧାନସଭାରେ ଉଠିଲା ଅର୍ଚ୍ଚନା ନାଗ ପ୍ରସଙ୍ଗ । ଅର୍ଚ୍ଚନା ନାଗ ପ୍ରସଙ୍ଗ ଉଠାଇଲେ ନରସିଂହ ମିଶ୍ର , ମୋହନ ମାଝୀ । ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲେ ନରସିଂହ । ‘ଇଡି ତଦନ୍ତ ଠିକ ଚାଲିଛି , ପୋଲିସ ଯାହାକୁ ଛାଡିଥିଲା ଇଡି ବାନ୍ଧିଛି’ । ଘଟଣାରେ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜିଥିବା କହିଲେ ନରସିଂହ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ନରସିଂହ ।
ମୋହନ ମାଝୀ ବି ଅର୍ଚ୍ଚନା ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ରୁଲିଂ ମାଗିଲା ବିଜେପି । ଗୃହର ମଧ୍ୟ ଭାଗରେ ଉଭୟ ବିରୋଧୀଙ୍କ ହୋହଲ୍ଲା , ଗୃହ ମୁଲତବି ।