Odia News Portal

ଅନିଲ ଦେଶମୁଖଙ୍କୁ ଗିରଫ କଲା ସିବିଆଇ

ସିବିଆଇ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର ଗିରଫ କରିଛି। ଅନିଲ ଦେଶମୁଖ ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ବଟି ଆଦାୟ ମାମଲା ରୁଜୁ କରିଛି ସିବିଆଇ।

ଗତ ବର୍ଷ ନଭେମ୍ବରରେ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଗିରଫ କରିଥିଲା। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଥିବା ଅନିଲ ଦେଶମୁଖଙ୍କୁ ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ସାମଗ୍ରୀ ମିଳିବା ଏବଂ ଏହି ମାମଲାରେ ପୋଲିସ ଅଧିକାରୀ ସଚିନ ୱାଜେଙ୍କ ଭୂମିକା ଏବଂ ତାଙ୍କ ଅଭିଯୋଗ ପରେ ଅନିଲ ଦେଶମୁଖଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା।