Odia News Portal

ଅଶୋକ ମହାନ୍ତିଙ୍କ ଅର୍ଥତତ୍ତ୍ବ ଚିଟଫଣ୍ଡ ଦୁର୍ନୀତି ମାମଲା, ଟ୍ରାଏଲ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ

ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ (ଏଜି) ଅଶୋକ ମହାନ୍ତିଙ୍କ ବିରୋଧରେ ଅର୍ଥତତ୍ତ୍ବ ଚିଟଫଣ୍ଡ ଦୁର୍ନୀତି ସମ୍ବନ୍ଧିତ ମାମଲାରେ ଟ୍ରାଏଲ କୋର୍ଟଙ୍କ ପରବର୍ତ୍ତୀ ପ୍ରୋସିଡିଂ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏସ୍‌ ବୋପାନ୍ନା ଓ ବିଚାରପତି ଜଷ୍ଟିସ ହେମା କୋହଲୀଙ୍କ ଖଣ୍ଡପୀଠରେ ଏହାର ଶୁଣାଣି ହୋଇଥିଲା। ଖଣ୍ଡପୀଠ ସିବିଆଇକୁ ମଧ୍ୟ ନୋଟିସ୍‌ ଜାରି କରିଛନ୍ତି।

ଟ୍ରାଏଲ କୋର୍ଟ ଆବେଦନକାରୀ ଆଡଭୋକେଟ୍‌ ମହାନ୍ତିଙ୍କ ଡିସଚାର୍ଜ ପିଟିସନକୁ ଖାରଜ କରିଦେଇଥିଲେ। ଓଡ଼ିଶା ହାଇକୋର୍ଟ ଟ୍ରାଏଲ କୋର୍ଟର ଆଦେଶ ବିରୋଧରେ ଆବେଦନକାରୀଙ୍କ ରିଭିଜନ ପିଟିସନକୁ ମଧ୍ୟ ଖାରଜ କରିଦେଇଥିଲେ। ଆଡଭୋକେଟ୍‌ ମହାନ୍ତିଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଆର୍‌. ବସନ୍ତ ମାମଲାର ପରିଚାଳନା କରୁଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫ରେ ହେବ।