Odia News Portal

ଜନ ସେବା ପାଇଁ ଅରୁଣଙ୍କୁ ଓଡିଶା ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର () ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ। ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନିତ କରିଛନ୍ତି । ସେ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା ଅନ୍ୟତମ ।

1996 ବ୍ୟାଚର ଏହି ଆଇପିଏସ ଅଫିସର ଗତ 23 ବର୍ଷ ମଧ୍ୟରେ ରାଜ୍ୟ ପୋଲିସରେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଛନ୍ତି । କେନ୍ଦ୍ରାପଡ଼ାରୁ ଆରମ୍ଭ କରି କ୍ରୁଟ ଯାଏଁ ସେ ଯେଉଁଠି ବି ଦାୟିତ୍ୱ ନେଇଛନ୍ତି ସେଠାରେ ସେ ନିଜର ସ୍ୱତନ୍ତ୍ର ଛାପ ଛାଡିଯାଇଛନ୍ତି । ଜିଲ୍ଲାରେ ଏସ୍ପି ଭାବେ କାମ କରୁଥିବା ସମୟରେ ସେ ଅପରାଧୀ, ଚୋର ଟାସ୍କରଙ୍କ ପାଇଁ ସେ ଥିଲେ ଟେରର ।

ପ୍ରାୟ ଦେଢ଼ ବର୍ଷ ପୂର୍ବ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ଯୋଡି ହୋଇନଥିବା ଏହି ଅନୁଭବୀ ଆଇପିଏସ ଅଫିସର ଏବେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଓ ନିଜ କାମ ପାଇଁ ବିଭିନ୍ନ ମହଲରୁ ପ୍ରଶଂସା ସାଉଁଣ୍ଟୁଛନ୍ତି । ସେ ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ ଠାରୁ ମୋ ବସ ସେବାର ରୂପାନ୍ତରିକରଣ ଯାଏଁ ବିଭିନ୍ନ ଜନସେବା କାର୍ଯ୍ୟର ସେ ଏକ ବଳିଷ୍ଠ ମାଧ୍ୟମ ସାଜିଛନ୍ତି । କ୍ରାଇମବ୍ରାଞ୍ଚର। ଆଇଜି ଥିବା ବେଳେ ସେ ଯେତିକି କଠୋର ଥିଲେ ସେସୁର ସିଇଓ ଭାବେ ମଧ୍ୟ ବିଦ୍ୟୁତ ଚୋରି ଓ ବିଦ୍ୟୁତ ସେବାରେ ସଂସ୍କାର ଆଣିଥିଲେ ।

ଏବେ କ୍ରୁଟର ପରିଚାଳନା ନିର୍ଦେଶକ ଭାବେ ଦାୟିତ୍ୱ ନେବା ପରେ ମୋ ବସ ସେବାକୁ ସେ ଏକ ନୂଆ ଦିଗ ଦେଇଛନ୍ତି । ଏହି ବସ ସେବା ତାଙ୍କ ନେତୃତ୍ୱରେ ଦେଶର ଅନୁକରଣୀୟ ପରିବହନ ସେବାର ମାନ୍ୟତା ପାଇଛି । ଏଥିସହ ଶୀତ ଦିନେ ମୋ ବସର ଭଡା ହ୍ରାସ କରି ସେ ଲୋକଙ୍କ ଭୁରି ଭୁରି ପ୍ରଶଂସା ପାଉଛନ୍ତି ।