Odia News Portal

ବିଧାନସଭା ଅଧିବେଶନର ଶେଷ ଦିନରେ ଆଜି ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ

ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ । ଶେଷ ଦିନରେ ଆଜି ଗୃହରେ ପାରିତ ହେବ ବ୍ୟୟ ମଞ୍ଜୁରୀ ବିଲ୍ । ଗତକାଲି ଏପ୍ରିଲ ମାସରୁ ଜୁଲାଇ ପର୍ଯ୍ୟନ୍ତ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି କାମଚଳା ବଜେଟ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଆଜି ଏହାକୁ ବିଧାନସଭାରେ ପାରିତ କରାଯିବ । ଆଜି ଗୃହରେ ବିଭିନ୍ନ ବିଭାଗର ପ୍ରଶ୍ନକାଳ ରହିଛି । ଜଳ ସଂପଦ, ଯୋଜନା ଓ ସଂଯୋଜନା, ପର୍ଯ୍ୟଟନ, କ୍ରୀଡ଼ା ଓ ଯୁବ କଲ୍ୟାଣ, ସୂଚନା ଓ ଲୋକସମ୍ପର୍କ, ବାଣିଜ୍ୟ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ପରିବହନ ବିଭାଗର ପ୍ରଶ୍ନକାଳ ରହିଛି