Odia News Portal

ଗୃହରେ ଉଠିଲା ଚାଷୀ ପ୍ରସଙ୍ଗ

ଆଜି ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ । ଗୃହ ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ପାଇଁ ଚାଲିପାରିଲାନି ଗୃହ । ଫଳରେ ଗୃହକୁ ୧୧.୩୦ ଯାଏଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି ।

ସୂଚନା ଥାଉକି, ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହୋହଲ୍ଲା କରିଥିଲେ ଉଭୟ ବିଜେପି ଓ କଂଗ୍ରେସ । ଚାଷୀ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ କରିଥିଲେ ବିରୋଧୀ । ଏମିତିକି ବାଚସ୍ପତିଙ୍କ ପୋଡିୟମ ଆଗରେ ନାରାବାଜି କରିଥିଲେ ବିରୋଧୀ । ସେପଟେ ବିଜେଡି ଉଠାଇଥିଲା ଧାନର ଏମଏସପି ପ୍ରସଙ୍ଗ । ଫଳରେ ବାଚସ୍ପତି ଗୃହକୁ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ।