Odia News Portal

ଦ୍ୱିତୀୟ ଦିନବି ଚାଲି ପାରିଲାନି ବିଧାନସଭା


ଦ୍ୱିତୀୟ ଦିନରେ ବି ଚାଲିପାରିଲାନି ବିଧାନସଭା । ଶୀତ ଅଧିବେଶନର ଦ୍ୱିତୀୟ ଦିନରେ ବିଧାନସଭାରେ ବିରୋଧୀଙ୍କ ଯୋରଦାର ହଟ୍ଟଗୋଳ ଓ ନାରାବାଜିୀ ଦେଖିବାକୁ ମିଳିଛି । ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ହାତରେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡିୟମ ଆଗକୁ ଚାଲିଯାଇଥିଲେ । ଗୃହ ମଧ୍ୟଭାଗରେ ବିରୋଧୀ ଜୋରଦାର ହଙ୍ଗାମା କରିବାରୁ ଗୃହକୁ ଅପଗାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି ।

.ସେପଟେ ବିଜେଡି କହିଲା ସ୍ୱାଭାବିକ ହେଉ ଗୃହ । ବିରୋଧୀ ବିଧାନସଭାକୁ ଚଳାଇ ଦେଉନାହାଁନ୍ତି । ଏହା ସହିତ ଗ୍ୟାସ ଦର ବୃଦ୍ଧି ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିଧାନସଭା ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ବିଧାୟକ ô