Odia News Portal

ବହୁ କ୍ରିକେଟରଙ୍କୁ ପଛରେ ପକାଇଲେ ବାବର

ନୂଆଦିଲ୍ଲୀ : ସାଉଥ ଆଫ୍ରିକା ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଅ ।ରେ ରୋମାଞ୍ଚକର ବିଜୟ ହାସିଲ କରିଛି ପାକିସ୍ତାନ ଦଳ । ଶେଷ ବଲରେ ୧ ରନ୍ କରି ସାଉଥ୍ ଆଫ୍ରିକାକୁ ୩ ୱିକେଟରେ ହରାଇଛି ପାକ୍ ଟିମ୍ । ଶେଷ ବଲରେ ଫହିମ ଅଶରଫ୍ ୧ ରନ୍ ନେଇ ପାକିସ୍ତାନ ଟିମକୁ ବିଜୟୀ କରାଇଥିଲେ । ପାକିସ୍ତାନର ବାବର ଆଜମ ପ୍ରଥମ ଦିନିକିଅ ।ରେ ଶାନଦାର ଶତକୀୟ ଇନିଂସ୍ ଖେଳିଥିଲେ । କ୍ରିକେଟ କ୍ୟାରିୟରର ୧୩ ତମ ଶତକ ଅର୍ଜନ କରିବା ପରେ ବାବର ଅ ।ଜମ ବହୁ ଦିଗଜ ଖେଳାଳିଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି ।

ପାକିସ୍ତାନର ଷ୍ଟାର ବ୍ୟାଟସମ୍ୟାନ୍ ବାବର ଅ ।ଜମ ଦିନିକିଅ । କ୍ରିକେଟରେ ପ୍ରଥମ ବ୍ୟାଟସମ୍ୟାନ୍ ଭାବେ ଦ୍ରୁତ ୧୩ଟି ଶତକ ମାରିଛନ୍ତି । ଦ୍ରୁତ ଶତକ ହାସଲ କରିବା ମାମଲାରେ ଅ ।ଜମ ହାସିମ ଅ ।ମଲା, ବିରାଟ କୋହଲି ଓ କ୍ୱିଣ୍ଟନ୍ ଡିକକ୍ଙ୍କୁ ପଛରେ ପକାଇଛନ୍ତି । ବାବର ମାତ୍ର ୭୬ଟି ଦିନିକିଅ । ଇନିଂସ୍ ଖେଳି ୧୩ଟି ଶତକ ମାରିଛନ୍ତି । ତାଙ୍କ ପୂର୍ବରୁ ଏହି ରକେର୍ଡ ହାସିମ୍ ଅ ।ମଲାଙ୍କ ନାମରେ ଥିଲାୟ ସେ ୮୩ଟି ଇନିଂସ୍ ଖେଳି ୧୩ଟି ଶତକୀୟ ଇନିଂସ୍ ଖେଳିଥିଲେ । ଏହି ମାମଲାରେ ବିରାଟ ଓ କ୍ୱିଣ୍ଟନ୍ ଡିକକ୍ ୮୬ଟି ଇନିଂସ୍ ଖେଳି ୧୩ଟି ଶତକ ମାରିଥିଲେ । ସେହିପରି ଡେଭିଡ ୱାର୍ଣ୍ଣର ୯୧ ଇନିଂସ୍ ଓ ଶିଖର ଧାୱନ ୯୯ ଟି ଇନିଂସ୍ ଖେଳି ଏହି ସଫଳତା ପାଇଥିଲେ ।