ପାଇଖାନା ଟାଙ୍କିରେ ଖସିପଡ଼ିଥିଲା ହାତୀ ଛୁଆ, ସୁରକ୍ଷିତ ଭାବେ ଉଦ୍ଧାର By Swadhikar News Last updated Mar 31, 2026 ଗତକାଲି ରାତି ପ୍ରାୟ ୧୦ଟା ସମୟରେ ସଦର ରେଞ୍ଜ ଗଦାଶିଳା ସେକ୍ସନ ଅନ୍ତର୍ଗତ ଚାଇଁପୁର ଗ୍ରାମ ମଣିଦେବୀ ଉଚ୍ଚ ବିଦ୍ୟାଳୟ ପଛପଟେ ବାସ କରୁଥିବା ଶ୍ରୀକାନ୍ତ ସାହୁଙ୍କ ପାଇଖାନା ଟାଙ୍କିରେ ଏକ ୩/୪ ବର୍ଷର ହାତୀ ଛୁଆ ଗଳି ପଡ଼ିଥିଲା। ହାତୀ ଛୁଆଟି ଦଳ ଭିତରୁ ବାଟ ହୁଡ଼ି ଚାଲିଆସିଥିଲା lଟାଙ୍କିରେ ପଡିବା ପରେ ହାତୀ ରଡ଼ି କରିବାରୁ ଶ୍ରୀକାନ୍ତଙ୍କ ପରିବାର ଓ ପଡ଼ୋଶୀ, ଗାଁ ଲୋକ ସେଠାରେ ପହଞ୍ଚି ବନ ଵିଭାଗକୁ ଖବର ଦେଇଥଲେ l ଗାଁର ଜଣଙ୍କ ଜେସିବି ମେସିନ୍ ସାହାଯ୍ୟରେ ମାଟି ତାଡ଼ି ସମତଳ କରାଯିବା ପରେ ହାତୀ ଛୁଆଟି ଉପରକୁ ଉଠି ଜଙ୍ଗଲକୁ ଚାଲିଯାଇଥିଲା l ଦୀର୍ଘ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ରାତି ୧.୩୦ ବେଳକୁ ସୁରକ୍ଷିତ ଭାବରେ ହାତୀ ଛୁଆ ଉଦ୍ଧାର ହୋଇ ଦଳ ଖୋଜିବାକୁ ଜଙ୍ଗଲ ମୁହାଁ ହୋଇ ଚାଲିଯାଇଥିଲା l swadhikarswadhikar news Share