ଆଖିବୁଜିଲେ ବଳଙ୍ଗା ପୀଡ଼ିତା: ୬ଟା ୨୨ରେ ପ୍ରାଣବାୟୁ ଉଡ଼ିଗଲା By Swadhikar News Last updated Aug 3, 2025 ଶେଷରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍ସରେ ଆଜି ସନ୍ଧ୍ୟା ୬ଟା ୨୨ରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ଆସନ୍ତାକାଲି ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଓଡ଼ିଶା ଆସିବ। ଖବର ପ୍ରକାଶ ପାଇବା ପରେ ପୀଡ଼ିତାଙ୍କ ଘର ସାମନାରେ ପୁଲିସ ମୁତୟନ କରାଯାଇଛି। କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ବଳଙ୍ଗା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।ଅନ୍ୟପଟେ ଓଡ଼ିଶା ପୁଲିସ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଦେଇଥିବା ସୂଚନାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ ବଳଙ୍ଗା ଘଟଣାରେ ପୀଡ଼ିତାଙ୍କ ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖିତ। ଏହି ଘଟଣାରେ ପୁଲିସ ପକ୍ଷରୁ ନିଷ୍ଠାର ସହ ତଦନ୍ତ କରାଯାଇଛି। ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନ ଥିବା ସ୍ପଷ୍ଟ ହୋଇଛି। ଏଣୁ ସମସ୍ତଙ୍କୁ ଅନୁରୋଧ,ଏହି ଦୁଃଖଦ ମୁହୂର୍ତ୍ତରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ଦିଅନ୍ତୁ ନାହିଁ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି, ନାବାଳିକା ପୋଡ଼ି ଘଟଣାରେ କାହାର ସମ୍ପୃକ୍ତି ନାହିଁ। ଯେଉଁ ତିନିଜଣ ଅଭିଯୁକ୍ତଙ୍କ କଥା କୁହାଯାଉଥିଲା ତାହା ମିଛ। ତେବେ ଅଭିଯୁକ୍ତ କିଏ? ପୀଡ଼ିତା କ’ଣ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ନା କେହି ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା? ତଦନ୍ତର ଶେଷ ପର୍ଯ୍ୟାୟରେ ଏହି ସବୁ ଲୋକଙ୍କୁ ପୁଲିସ ଖୋଜିବ ବୋଲି କୁହାଯାଉଛି। balangabalanga policswadhikarswadhikar news Share