Odia News Portal

ବାଲିଯାତ୍ରା ପଡ଼ିଆ ହେବ ‘ନୋ ଡ୍ରୋନ୍ ଜୋନ୍’,ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ କଟକଣା

ବାଲିଯାତ୍ରା ସମୟରେ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି. ପରିଧି ଭିତରେ ଉଡିପାରିବନି ଡ୍ରୋନ୍।  ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ, ତଳ ଓ ଉପର ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଜୋନଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।  ବାଲିଯାତ୍ରା ୫ ନଭେମ୍ବରରୁ ୧୨ ନଭେମ୍ବର ଯାଏ ଚାଲିବ।୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ।  ଆଶା କରାଯାଉଛି ୫୦ ଲକ୍ଷରୁ ଅଧିକ ଜନସମାଗମ ହେବ।  ଅନେକ ଭିଆଇପି ଓ ଭିଭିଆଇପି ଆସିବେ। ତେଣୁ ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧ରୁ ନଭେମ୍ବର ୧୫ ଯାଏ ବାଲିଯାତ୍ରା ପଡ଼ିଆଠାରୁ ୫ କି.ମି ପର୍ଯ୍ୟନ୍ତ ଅଂଚଳକୁ ନୋ ଡ୍ରୋନ୍ ଜୋନ ଘୋଷଣା ହୋଇଛି ।  ବାଲିଯାତ୍ରା ସମୟରେ ସେହି ଅଂଚଳରେ ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍ସ, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ ଏୟାର ବେଲୁନ, ୟୁଏଭି କିମ୍ବା ଡ୍ରୋନ ଉଡାଣ ନିଷେଦ୍ଧ ହେବ।