Odia News Portal

ରଶ୍ମିରଞ୍ଜନଙ୍କ ମାଷ୍ଟରମାଇଣ୍ଡ ଆଗରେ ହାର ମାନିଲା ହାଇଦର

ଭୁବନେଶ୍ୱର: ତେଲେଙ୍ଗାନାରେ ହାଇଦରକୁ କାବୁ କରିବାକୁ କଟକରୁ ଯାଇଥିଲେ ୨ଜଣିଆ ଟିମ୍ । ହାଇଦରକୁ କାବୁ କରିଥିବା ଟିମରେ ଥିଲେ ବାଦାମବାଡି ଥାନାର ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର । ହାଇଦରକୁ ଗିରଫ କରିବା ପଛରେ ଇନ୍ସପେକ୍ଟର ରଶ୍ମିରଞ୍ଜନଙ୍କର ରହିଛି ବଡ଼ ଭୂମିକା | ଜାହିରାବାଦରେ ଜଣେ ଅଣଓଡ଼ିଆ ସହଯୋଗୀ ସହ ହାଇଦର ବାଇକରେ ଯାଉଥିବା ବେଳେ ତାକୁ କାବୁ କରିଥିଲେ କଟକରୁ ଯାଇଥିବା ଟିମ୍ । ଗ୍ୟାଙ୍ଗଷ୍ଟର ହାଇଦରକୁ କାବୁ କରିଥିବା ଟିମରେ ଥିବା ବାଦାମବାଡି ଥାନାର ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର, ପୁରା କାହାଣୀ କହିଛନ୍ତି ।ହାଇଦର ତେଲେଙ୍ଗାନାରେ ଥିବା ପୋଲିସକୁ ସୂଚନା ମିଳିବା ପରେ ହାଇଦରକୁ ଧରିବା ପାଇଁ ସହଯୋଗ କରିଥିଲା ତେଲେଙ୍ଗାନା ପୋଲିସ ।

ଚାଉଳିଆଗଞ୍ଜ ଓ ବାଦାମବାଡ଼ି ଥାନା ଆଇଆଇସି ତେଲେଙ୍ଗାନା ଯାଇଥିଲେ । ମୋଟର ସାଇକେଲରେ ଯିବା ବେଳେ ହାଇଦରକୁ କାବୁ କରାଯାଇଥିଲା । ୧୫ ତାରିଖ ସଂଧ୍ୟା ୬ଟାରେ ବେଳେ ହାଇଦରକୁ ଗିରଫ କରାଯାଇଥଲା । ସ୍ଥାନୀୟ କୋର୍ଟରେ ହାଜର ପରେ ଟ୍ରାଞ୍ଜିଟ୍ ରିମାଣ୍ଡର ହାଇଦରକୁ ଅଣାଯାଇଛି । ସେପଟେ, କେମିତି ସେ କଟକ ଏସସିବି ମେଡିକାଲରୁ ଫେରାର ହୋଇଗଲା ଓ ଏଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ତାର ଖୋଳତାଡ କରିବ କମିଶନରେଟ ପୋଲିସ । ହାଇଦର ଲିଙ୍କରେ ଥିବା ୮ଜଣଙ୍କୁ ପଚରାଉଚରା କରାଯାଉଛି । ୮ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ସହଯୋଗୀ ରହିଥିବା ସୂଚନା । ଫେରାର ପଛରେ କେଉଁମାନଙ୍କର ହାତ ଥିଲା ସେନେଇ ତଦନ୍ତ କରିବ ପୋଲିସ ।