ଖାଦ୍ୟ ଅନ୍ବେଷଣରେ ଜନବସତି ମୁହାଁ ଭାଲୁ, ଆଖୁ କିଆରିରେ ପଶି ନଷ୍ଟ କଲା ଚାଷ By Swadhikar News Last updated Mar 19, 2026 ଜନବସତି ମୁହାଁ ଭାଲୁ। ଖାଦ୍ୟ ଅନ୍ବେଷଣରେ ଜନବସତିରେ ଘୁରି ବୁଲୁଛି ଭାଲୁ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଅଞ୍ଚଳରେ ଦୁଇଦିନ ଧରି ଭାଲୁ ଆତଙ୍କ ଖେଳାଇଛି l ରାତି ହେଲେ ଅନକାଡେଲି ଗାଁର ନିକଟ ବଣ୍ଡାବସା ଆଖୁ କିଆରିରେ ପଶି ଆଖୁ ଖାଇ ଚାଷ ନଷ୍ଟ କରୁଛି । ଦିନ ହେଲେ ଜଙ୍ଗଲକୁ ଫେରି ଯାଉଛି । ଭାଲୁକୁ ମାଛକୁଣ୍ଡ ମୁଖ୍ୟ ବଜାର ରାସ୍ତାରେ ଦେଖି ଲୋକେ ଭୟଭୀତ । ବନ ବିଭାଗ ପହଞ୍ଚି ଭାଲୁର ଗତିପଥ ଉପରେ ନଜର ରଖିଛି । ଭାଲୁଟି ଜଙ୍ଗଲରେ କିପରି ରହିବ ବନବିଭାଗ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।ଗତମାସରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବନାଞ୍ଚଳ ମୁଣ୍ଡାଗୁଡା ଅଞ୍ଚଳରେ ଜଣେ ମହିଳା ଭାଲୁ ଆକ୍ରମଣର ଶୀକାର ହୋଇଥିଲେ । ବୋରିଗୁମ୍ମା ମୁଣ୍ଡାଗୁଡା ଗାଁର ଲକ୍ଷ୍ମୀ ଗଣ୍ଡା ଗୁରୁତର ଭାବେ ଆହତ ହୋଇଥିଲେ । ୪ ଜଣ ମହିଳା ଶୌଚ ପାଇଁ ଗାଁ ନିକଟରେ ଥିବା ପଡିଆକୁ ଯାଇଥିଲେ । ହଠାତ ସେହି ସମୟରେ ୩ଟି ଭାଲୁ ଆସି ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲେ । ଭୟଭୀତ ହୋଇ ଅନ୍ୟ ମହିଳାମାନେ ଚିତ୍କାର କରିଥିଲେ । ଯାହାଦ୍ୱାରା ଭାଲୁଗୁଡ଼ିକ ଧାଇଁ ପଳାଇଥିଲେ । ଗୁରୁତର ମହିଳାଙ୍କୁ ପ୍ରଥମେ ବୋରିଗୁମ୍ମା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । swadhikarswadhikar news Share