Odia News Portal

୧୧ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଭଦ୍ରକ: ଲକଡାଉନରେ ମାତିଛନ୍ତି ନିଶା ମାଫିଆ । ପ୍ରତିଦିନ ଧରା ହେଉଛି ନିଶାଡ଼ି । ତେବେ ଏହାରି ଭିତରେ ଭଦ୍ରକରୁ ଆସିଛି ଏକ ବଡ଼ ଖବର । ୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହା ସହ ଦୁଇଜଣଙ୍କୁ ଗିରଫ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ଭଦ୍ରକ ମଚେଲ ଛକ ନିକଟରେ ବାଇକରେ ଯାଉଥିବା ସମୟରେ କାବୁ କରିଥିଲା ପୋଲିସ । ୧୧୨ ଗ୍ରାମ ବ୍ରାଉନ ସୁଗାର ସହ ମୋବାଇଫୋନ ଓ କିଛି ନଗଦ ଟଙ୍କା ମଧ୍ୟ ଜବତ ହୋଇଥିବା ଜଣାପଡିଛି । ତେବେ ଏନେଇ ପୋଲିସର ତଦନ୍ତ ଜାରି ରହିଥିବା କହିଛନ୍ତି ଭଦ୍ରକ ଏସ୍‌୍ଜିପିଓ ସାର୍ଥକ ରାୟ । ସେପଟେ ଆଗାମୀଦିନରେ ମଧ୍ୟ ଏଭଳି ତଦନ୍ତ ଜାରି ରହିବ ବୋଲି ସୂଚନା ମିଳିଛି ।