ଜାତୀୟ ନାଟ୍ୟ ବିଦ୍ୟାଳୟ (ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମା) ଦ୍ୱାରା ଆୟୋଜିତ ବିଶ୍ୱର ସର୍ବବୃହତ ଅନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ ୨୫ତମ ଭାରତ ରଙ୍ଗ ମହୋତ୍ସବ (ବିଆରଏମ୍) ଶେଷ ହୋଇଛି। ଇତି ମଧ୍ୟରେ ଏହା ଭାରତ ଏବଂ ବିଶ୍ୱର ବିଭିନ୍ନ ନାଟ୍ୟ ପ୍ରଦର୍ଶନ ସହିତ ଦର୍ଶକଙ୍କୁ ଆକର୍ଷିତ କରିଚାଲିଛି। ଆଜି ସୁଦ୍ଧା ଏହି ମହୋତ୍ସବ ଅଧିନରେ ୧୯ଟି ସ୍ଥାନରେ ୧୩୦ରୁ ଅଧିକ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଦର୍ଶନ ତଥା ଲଘୁନାଟକ ଏବଂ ଏକକ ନାଟକ ଆଦି ପ୍ରଦର୍ଶିତ ହୋଇସାରିଛି।
ଦିଲ୍ଲୀ-ଏନସିଆରରେ ଥିବା କଲେଜର ବିଭିନ୍ନ ଛାତ୍ର ଗୋଷ୍ଠୀ ଦ୍ୱାରା ପ୍ରଦର୍ଶିତ ୩୧ଟି ଲଘୁନାଟକ, ୫ଟି ଏକକ ନାଟକ ଏବଂ ୯ଟି ପଥପ୍ରାନ୍ତ ନାଟକ ସମେତ ଏହି ପ୍ରଦର୍ଶନଗୁଡ଼ିକ ମହୋତ୍ସବରେ ଗଭୀରତା, ସୃଜନଶୀଳତା ଏବଂ ଯୁବଶକ୍ତି ସଂଯୋଗ କରିଛି। ଏସବୁ ନାଟକ ବ୍ୟତୀତ, ମହୋତ୍ସବରେ ବ୍ୟାଣ୍ଡ ପ୍ରଦର୍ଶନ, ଟକ୍ ଶୋ, ସାହିତ୍ୟିକ ଆଲୋଚନା, ଚଳଚ୍ଚିତ୍ର ପ୍ରଦର୍ଶନ ଏବଂ ଶିଶୁ ନାଟ୍ୟ କର୍ମଶାଳା ସମେତ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ ହୋଇଛି।
ମହୋତ୍ସବ ଭାରତ ଓ ବିଶ୍ବର ବିଭିନ୍ନ ଅଞ୍ଚଳର କାହାଣୀଗୁଡ଼ିକୁ ଗୋଟିଏ ମଞ୍ଚରେ ଏକତ୍ରିତ କରିଥିଲା। ଏଥିରେ ଥିଲା ମନମୋହକ ଉର୍ଦ୍ଦୁ ଏବଂ ହିନ୍ଦୀ କାହାଣୀଠାରୁ ଆରମ୍ଭ କରି କାଶ୍ମୀରୀ ଲୋକ ନାଟକ ପର୍ଯ୍ୟନ୍ତ। ପୁଣି ପୋଲାଣ୍ଡ ଏବଂ ରୁଷ ପରି ଆନ୍ତର୍ଜାତୀୟ ପ୍ରସ୍ତୁତି ମଧ୍ୟ ଏଥିରେ ସାମିଲ ଥିଲା । ଏହାଛଡ଼ା ଏକ ଆକର୍ଷଣୀୟ ପଥପ୍ରାନ୍ତ ନାଟକ ଓ ଗୌତମ କିଶନଚନ୍ଦାନୀ ଟିଜ୍ ଯୋସେଫ୍ ଟକ୍ ଶୋ ମଧ୍ୟ ପ୍ରଦର୍ଶିତ ହୋଇଥିଲା, ଯାହା ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା।
ଦିନର ପ୍ରଥମ ପୂର୍ଣ୍ଣାଙ୍ଗ ନାଟକ ଥିଲା ‘ବଦ୍ଜାତ’, ଯାହା ବିଲକିସ୍ ଜାଫରୁଲ୍ ହାସନଙ୍କ ଦ୍ୱାରା ଲିଖିତ ଏବଂ ଜାଭେଦ୍ ସମୀରଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ଏହାକୁ ଦିଲ୍ଲୀର କ୍ରିଏଟିଭ୍ ଆଡ୍ଡା ଦ୍ୱାରା ପ୍ରଦର୍ଶନ କରାଯାଇଥିଲା। ଏହା ପରେ ସୂର୍ଯ୍ୟ ମୋହନ କୁଳଶ୍ରେଷ୍ଠଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଏବଂ ଉତ୍ତର ପ୍ରଦେଶର ଦର୍ପଣ ଲକ୍ଷ୍ନୌ ଗୋଷ୍ଠୀ ଦ୍ୱାରା ପ୍ରଦର୍ଶିତ ‘ଡ୍ୟାଡି’ ନାଟକ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ପରେ କଶ୍ମୀରର ପାରମ୍ପରିକ ଲୋକନାଟ୍ୟ ‘ଭାଣ୍ଡ ପାଥର ନାଟକ ‘ଅକା ନନ୍ଦନ (ନୟନ ପିତୁଳା)’ ପ୍ରଦର୍ଶନ ହୋଇଥିଲା। ଅରଶଦ ମୁସ୍ତାକଙ୍କ ନିର୍ଦ୍ଦେଶିତ ଏହି ନାଟକକୁ ଶ୍ରୀନଗରର ପଥର ବାରାୟେ’ କାଶିରଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା।
