Odia News Portal

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ଲାଗି ଦାବି କଲା ସ୍କାନ

ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିଛି ସ୍ବେଚ୍ଛାସେବୀ ସଙ୍ଗଠନ ସୋସିଆଲ ଆଣ୍ଡ କଳଚୁରାଲ ଏଡଭାନ୍ସ ନେଟୱର୍କ ବା ସ୍କାନ। ଶନିବାର ସମ୍ବଲପୁର ଭିଏସଏସ ମାର୍ଗସ୍ଥିତ ଏକ ହୋଟେଲରେ ସ୍କାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହି ଦାବି ଉପସ୍ଥାପନ କଟାଯାଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଆଗାମୀ ଦିନରେ ସାରା ରାଜ୍ୟରେ ଦସ୍ତଖତ ଅଭିଯାନ ଆରମ୍ଭ ହେବ। ଅଗଷ୍ଟ ୧୫ ତାରିଖରୁ ୧୫ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଚାଲିବ।ରବିବାର ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରରୁ ଏହି ଅଭିଯାନର ଶୁଭାରମ୍ଭ ହେବ ବୋଲି ସୂଚନା ଦିଆଯାଇଛି।