Odia News Portal

ଦୀର୍ଘ ୩ ମାସ ପରେ ଖୋଲିଲା ଭିତରକନିକା

କେନ୍ଦ୍ରାପଡ଼ା: କରୋନା କଟକଣା ଲାଗି ଦୀର୍ଘ ୩ ମାସ ହେବ ବନ୍ଦ ରହିଥିବା ଜାତୀୟ ଉଦ୍ୟାନ ଭିତରକନିକା ଆଜି ଖୋଲିଛି । ଅଗଷ୍ଟ ମାସର ନୂଆ ଗାଇଡଲାଇନ ନିୟମକୁ ଆଧାର କରି ଖୋଲଯାଇଛି ଜାତୀୟ ଉଦ୍ୟାନ। ଦିନ ସମୟରେ ପର୍ଯ୍ୟଟକମାନେ ଭିତରକନିକା ବୁଲି ପାରିବେ । ରାତ୍ରି ରହଣି ପାଇଁ ପର୍ଯ୍ୟଟକଙ୍କୁ ଏବେ ଅନୁମତି ନାହିଁ। ପରବର୍ତ୍ତୀ ସମୟରେ ରାତ୍ରି ରହଣି ପାଇଁ ନିଷ୍ପତ୍ତି ହେବ ବୋଲି କୁହାଯାଇଛି। ତେବେ ପ୍ରଥମ ଦିନରେ ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ଜମିଛି । କରୋନା କଟକଣା ମଧ୍ୟରେ ପର୍ଯ୍ୟଟକମାନେ ପ୍ରବେଶ କରିଛନ୍ତି ।