Odia News Portal

ଭୋପାଳରେ ପ୍ରବାସୀ ଓଡ଼ିଆ ମାନଙ୍କର ବନ୍ଧୁମିଳନ

ଭୋପାଳ() ରବିବାର ଦିନ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବସବାସ କରୁଥିବା ସମସ୍ତ ଓଡିଆମାନଙ୍କୁ ନେଇ ଉତ୍କଳ ସାଂସ୍କୃତିକ ପରିଷଦ,ଭେଲ୍,ଭୋପାଳର କାର୍ୟ୍ୟକର୍ତ୍ତା ମାନେ ଏକ ବନ୍ଧୁମିଳନ ଆୟୋଜନ କରିଥିଲେ।ଏହି ବନ୍ଧୁମିଳନ ସମାରୋହରେ ପାୟ ୪୦୦ରୁ ଅଧିକ ଓଡିଆ ସମ୍ମିଳିତ ହୋଇଥିଲେ।

ଉତ୍କଳ ସାଂସ୍କୃତିକ ପରିଷଦର ପ୍ରବକ୍ତା ଏବଂ ସହସମ୍ପାଦକ ଶାନ୍ତି ପ୍ରସାଦ ପଣ୍ଡାଙ୍କ ବକ୍ତବ୍ୟ ଅନୁସାରେ ଓଡିଶାର ଓଡିଆ ଭାଷା,ଓଡିଆ ଚାଲିଚଳଣ,ଓଡିଆ ସଂସ୍କୃତିକୁ ସାରା ବିଶ୍ବ ଦରବାରରେ ପହଞ୍ଚାଇବା ଏବଂ ମଧ୍ୟପ୍ରଦେଶରେ ବସବାସ କରୁଥିବା ସମସ୍ତ ଓଡିଆ ମାନଙ୍କୁ ଏକାଠି କରିବା ପାଇଁ ଉତ୍କଳ ସାଂସ୍କୃତିକ ପରିଷଦ ପ୍ରତି ବର୍ଷ ଏହିପରି କାର୍ୟ୍ୟକ୍ରମ କରିଆସୁଅଛି ।

ଏବଂ ଏହି ବନ୍ଧୁମିଳନକୁ ସୁନ୍ଦର ରୂପ ଦେବାରେ ଉତ୍କଳ ସାଂସ୍କୃତିକ ପରିଷଦର ସଭାପତି ପ୍ରଭାତ କେଶରଓ୍ବାଣୀ,ଉପସଭାପତି ସିଧ୍ଧାର୍ଥ ଗନ୍ତାୟତ,ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସାହୁ,କୋଷାଧ୍ୟକ୍ଷ ସଞୟ ବେଉରା,ସାଂସ୍ତୃତିକ ସଚିବ କପିଳେନ୍ଦ୍ର ମହାପାତ୍ର ଆଦି ପ୍ରମୂଖ ଭୁମିକା ନେଇଥିଲେ ।

ଏହି ସମାରେହରେ ବହୁତ ପ୍ରକାର ଖେଳ କୁଦ ହେବାସହ ବିଭିନ୍ନ ପ୍ରକାରର ଓଡିଆ ବ୍ୟଞ୍ଜନର ମଜା ସମସ୍ତେ ନେଇଥିଲେ।