Odia News Portal

ସୋସିଆଲ୍ ମିଡିଆରେ ପ୍ରଶ୍ନ ପଚାରିଲେ ନଵୀନ

ଭୁବନେଶ୍ୱର : ଜଗନ୍ନାଥ ଧାମ ପୁରୀକୁ ବିଶ୍ୱନ ଐତିହ୍ୟରେ ସାମିଲ କରିବାରେ ଗୋଟିଏ ପରେ ଗୋଟିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି ଯୋଜନା ଖାଲି ପୁରୀ ସହରରେ ସୀମିତ ରହିଯାଇଛି ତାହା ନୁହେଁ ବରଂ ସମ୍ପୂର୍ଣ୍ଣ ପୁରୀକୁ ବିଶ୍ୱ ପର୍ଯ୍ୟଟନର କେନ୍ଦ୍ରବିନ୍ଦୁ କରିବାରେ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ସ୍ୱାଗତଯୋଗ୍ୟ ।

ନିକଟରେ କୋଣାର୍କ ବେଳାଭୂମିରେ ଆୟୋଜନ ହୋଇଛି ‘ଇକୋ ରିଟ୍ରେଟ୍’ । ଆଗାମୀ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ‘ଇକୋ ରିଟ୍ରେଟ’ରେ ପର୍ଯ୍ୟଟକଙ୍କ  ପାଇଁ ଲହିଛି ସବୁ ପ୍ରକାର ସୁବିଧା ସୁଯୋଗ । ତେବେ ଏହାକୁ ପର୍ଯ୍ୟଟକଙ୍କ ଆହୁରି ନିକଟତର କରାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ଟ୍ୱିଟର ହ୍ୟାଣ୍ଡେଲରେ ଏହା ସମ୍ବନ୍ଧିତ ଏକ କୁଇଜ୍ ଟ୍ୱିଟ୍ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଟ୍ୱିଟର କରି ଲେଖିଛନ୍ତି ଯେ, “ନୀଳ ପାରାବାର ଗାଏ ଅମର ଗୀତ, ଅମର ତରଙ୍ଗ ନର୍ତ୍ତନେ ବେଳା ହୁଏ ଧ୍ନନିତ” । ଐତିହ୍ୟ ସହର କୋଣାର୍କରେ ବେଳାଭୂମିରେ ଗୋଟିଏ ପାଖରେ ସମୁଦ୍ର ସହ ନୀଳଗଗନର ତାରା ସାଙ୍ଗକୁ ଏହି ‘ଇକୋ ରିଟ୍ରିଟ୍’ର ଅନୁଭବ ସ୍ୱର୍ଗୀୟ ଅଟେ । ତେବେ ଉପରୋକ୍ତ ପଂକ୍ତିଟି କେଉଁ ପ୍ରତିଷ୍ଠିତ କବି ଲେଖିଛନ୍ତି ତାହା ଆପଣମାନେ କହିପାରିବେ ବୋଲି ନବୀନ ଟ୍ୱିଟ କରି ଓଡ଼ିଶାବାସୀଙ୍କୁ ପ୍ରଶ୍ନ ପଚାରିଛନ୍ତି ।
ଏହା ପରେ ସଂଧ୍ୟା ୬ଟାରେ ଅନ୍ୟ ଏକ ଟ୍ୱିଟ୍ ଯୋଗେ ନବୀନ କହିଛନ୍ତ. “କବିବର ରାଧାନାଥ ରାୟଙ୍କ ଉଚ୍ଚକୋଟିର ସୃଜନ ସୃଷ୍ଟି ଓଡ଼ିଆ ସାହିତ୍ୟରେ ଆରମ୍ଭ କରିଥିଲା ଆଧୁନିକ ଯୁଗ । ଓଡ଼ିଶାର ପ୍ରାକୃତିକ ଦୃଶ୍ୟରାଜିକୁ ସେ ନିଜ ରଚନାରେ ଖୁବ ସୁନ୍ଦର ଭାବେ ଦର୍ଶାଉଥିଲେ” ବୋଲି ନବୀନ ଟ୍ୱିଟ୍ କରିବା ସହ ଅନେକ ଲୋକ ତାଙ୍କ ପ୍ରଶ୍ନର ସଠିକ୍ ଉତ୍ତର ଦେଉଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ।