Odia News Portal

ଡିସେମ୍ବର ୨୧ରେ ମାଗଣା ୱାର୍କସପ୍ କମ୍ ଓପିଡି ପରାମର୍ଶ କ୍ୟାମ୍ପ

ରାଉରକେଲା : ଭାରତର ଅଗ୍ରଣୀ ନ୍ୟୁରୋ ରିଜେନେରେଟିଭ୍ ରିହାବିଲିଟେସନ ଥେରାପି ସେର ମଧ୍ୟରୁ ଅନ୍ୟତମ ମୁମ୍ବାଇସ୍ଥିତ ନ୍ୟୁରୋଜେନ୍ ବ୍ରେନ୍ ଆ୍ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍ (ବିଏସ୍ଆଇ) ଅଟିଜିମ୍, ସେରେବ୍ରାଲ ପାଲ୍ସି, ମସ୍କ୍ୟୁଲାର ଡାଇଷ୍ଟ୍ରୋଫି, ମୋଲ ରିଟାର୍ଡେସନ୍, ଭଳି ଅନେକ ଅସାଧ୍ୟ ସ୍ନାୟୁ ସମ୍ବନ୍ଧିତ ରୋଗଗୁଡିକରେ ପୀଡିତ ରୋଗୀମାନଙ୍କୁ ବିବାର ନୂଆ ଆଶା ପ୍ରଦାନ କରୁଛି । ଏହି କାରଣରୁ ନ୍ୟୁରୋଜେନ୍ ବ୍ରେନ୍ ଆ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ଆସନ୍ତା ଡିସେମ୍ବର ୨୧ ତାରିଖରେ ଝାରସୁଗୁଡ଼ାରେ ସମସ୍ତ ସ୍ନାୟୁରୋଗରେ ପୀଡିତ ରୋଗୀମାନଙ୍କ ପାଇଁ ବିଶେଷକରି ପଶ୍ଚିମ ଓଡ଼ିଶା ପାଇଁ ଏକ ମାଗଣା ୱାର୍କସପ୍ କମ୍ ଓପିଡି ପରାମର୍ଶ କ୍ୟାମ୍ପର ଆୟୋଜନ କରାଯିବ । କାରଣ ସ୍ପାଇନାଲ କର୍ଡ ଇନ୍ଜ୍ୟୁରୀ, ମସ୍କୁୃଲାର ଡାଇଷ୍ଟ୍ରୋଫି, ଅଟିଜିମ୍, ସେରେବ୍ରାଲ ପାଲ୍ସି ଭଳି ରୋଗରେ ପୀଡିତ ରୋଗୀମାନଙ୍କ ପାଇଁ ଚିକିା ନିମନ୍ତେ ମୁମ୍ବାଇ ଗସ୍ତ କରିବା ଅତ୍ୟନ୍ତ କଷ୍ଟକର ହେବ ବୋଲି ନ୍ୟୁରୋଜେନ୍ ବିଚାର କରୁଛି । ନ୍ୟୁରୋଜେନ୍ ବିଏସ୍ଆଇକୁ ଅସାଧ୍ୟ ସ୍ନାୟୁ ସମ୍ବନ୍ଧିତ ରୋଗରେ ପୀଡିତ ରୋଗୀମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ସ୍ଥାପନ କରାଯାଇଛି । ଏଠାରେ ରୋଗୀମାନେ ଏକ ସୁରକ୍ଷିତ ଓ ପ୍ରଭାବୀ ଉପାୟରେ ଷ୍ଟେମ୍ ସେଲ୍ ଥେରାପିର ଉପଯୋଗ କରି ରୋଗର ଲକ୍ଷଣ ଓ ଶାରିରୀକ ଅକ୍ଷମତାରୁ ମୁକ୍ତି ପାଇପାରିବେ । ର୍ବମାନ ସୁଦ୍ଧା ଏହି ସଂସ୍ଥା ୬୫ରୁ ଅଧିକ ଦେଶର ପ୍ରାୟ ୯୦୦୦ରୁ ଅଧିକ ରୋଗୀଙ୍କୁ ସଫଳତାର ସହ ଚିକିା ପ୍ରଦାନ କରିଛି ।

ଏହି ଚିକିତ୍ସା ମାଧ୍ୟମରେ ସ୍ପାଇନୋ-ସେରେବେଲାର ଆଟାକ୍ସିଆ-ଭିଆଇ ରୋଗରେ ପୀଡିତ ୪୮ ବର୍ଷୀୟ ସୁଶୀଲ କୁମାର ବଢେଇ ଏବଂ ସମ୍ବଲପୁରର ୩୯ ବର୍ଷୀୟ ସୁଶାନ୍ତ କୁମାର ଲେଙ୍କାଙ୍କର ସଫଳ ଚିକିତ୍ସା ହୋଇପାରିଛି । ଏହି ଅସାଧ୍ୟ ରୋଗଗୁଡିକରେ ପୀଡିତ ଥିବା ରୋଗୀମାନେ ଏହି ମାଗଣା ଶିବିରରେ ଯୋଗ ଦେବା ପାଇଁ ଆପଏମେ ଲାଗି ପୁଷ୍କଳା ୦୯୮୨୧୫୨୯୬୫୩/୦୯୯୨୦୨୦୦୪୦୦ ନମ୍ବରରେ ଯୋଗାଯୋଗ କରିପାରିବେ ।

ଡଃ ନନ୍ଦିନୀ ଗୋକୁଳଚନ୍ଦ୍ରନ୍ କହିଛନ୍ତି ଯେ, ନ୍ୟୁରୋଜେନ୍ରେ ରୋଗୀମାନଙ୍କୁ କେବଳ ଷ୍ଟେମ୍ ସେଲ୍ ଥେରାପି ଦିଆଯାଉାହିଁ ବରଂ ସେମାନନଙ୍କୁ ଷ୍ଟେମ୍ ସେଲ୍ ଥେରାପି ପରେ ଏକ ବ୍ୟାପକ ରିହାବିଲିଟେସନ ପ୍ରୋଗ୍ରାମରେ ରଖାଯାଉଛି ।” ନ୍ୟୁରୋଜେନ୍ ବ୍ରେନ୍ ଆ ସ୍ପାଇନ୍ ଇନ୍ଷ୍ଟିଚ୍ୟୁଟ୍ ଓ ସିଓନ୍ ମୁମ୍ବାଇର ର୍ନିେଶକ ତଥା ଏଲ୍ଟିଏମ୍ଜି ହସ୍ପିଟାଲ ଆ ଏଲ୍ଟିଏମ୍ ମେଡିକାଲ କଲେଜ୍ର ନ୍ୟୁରୋସର୍ଜରୀ ବିଭାଗ ମୁଖ୍ୟ ତଥା ଅଧ୍ୟାପକ ଡକ୍ଟର ଆଲୋକ ଶର୍ମାଙ୍କ କହିବା ଅନୁସାରେ ଆମ ପକ୍ଷରୁ ପୂର୍ବରୁ ଯେଉଁ ଲକ୍ଷ ଲକ୍ଷ ରୋଗୀଙ୍କୁ ସେମାନଙ୍କ ରୋଗର କୌଣସି ଚିକିା ନାହିଁ ବୋଲି କୁହାଯାଇଥିଲା, ର୍ବମାନ ଆମେ ସେମାନଙ୍କୁ ବିଶ୍ୱାସର ସହ କହିପାରିବୁ ଯେ, ନ୍ୟୁରୋ ରିହାବିଲିଟେସନ୍ ସହ ଷ୍ଟେମ୍ ସେଲ୍ ଥେରାପିର ଉପଲବ୍ଧତା ଯୋଗୁଁ ଏବେ ସେମାନଙ୍କ ପାଇଁ ଭଲ ଦିନ ଆସିବାକୁ ଯାଉଛି ।