Odia News Portal

ଆଜିଠାରୁ ଭିତରକନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା

ରାଜନଗର : ଭିତର କନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା । ୨୩ଟି ଟିମ୍‌ ଗଣନା ପାଇଁ ସାମିଲ ହୋଇଥିବା ବେଳେ ପ୍ରତି ଟିମ୍‌ରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି । କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଆଜିଠୁ ଆରମ୍ଭ ହୋଇଥିବା କୁମ୍ଭୀର ଗଣନା ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଭିତରକନିକାର ୪ଟି ରେଞ୍ଜର ବିଭିନ୍ନ ନଦୀ ନାଳ ମାନଙ୍କରେ ଏହି ଗଣନା କରାଯିବ । ଏଥିପାଇଁ ଭିତରକନିକାକୁ ୨୬ ତାରିଖରୁ ୧୦ ଦିନ ପର୍ଯ୍ୟଟକଙ୍କୁ ଯିବା ପାଇଁ ବାରଣ କରାଯାଇଛି । ଗତ ବର୍ଷ ୧୭୪୨ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟାରେ ବୃଦ୍ଧି ହେବ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି ।