Odia News Portal

ସୁଜାତା ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼

ଭୁବନେଶ୍ବର : ପିପିଲିରେ ପେଟ୍ରୋଲ ପମ୍ପ ମାଲିକଙ୍କୁ ଗୁଳିମାଡ଼ । ସାକ୍ଷୀଗୋପାଳ ନୂଆ ସୋମେଶ୍ୱରପୁର ଛକ ନିକଟରେ ଥିବା ସୁଜାତା ପେଟ୍ରୋଲ ପମ୍ପ ମାଲିକ ଶ୍ରୀକାନ୍ତ ରଥଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ଶ୍ରୀକାନ୍ତଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ବିଳମ୍ବିତ ରାତିରେ ଶ୍ରୀକାନ୍ତ ନିଜ କର୍ମଚାରୀଙ୍କ ସହ ପେଟ୍ରୋଲ ପମ୍ପରେ ହିସାବ କରୁଥିବା ବେଳେ ତିନି ଜଣ ଯୁବକ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ । ସେ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ କରିବା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।