Odia News Portal

ସମ୍ମାନିତ ହେଲେ ୪୦ ପ୍ରେରଣାଦାୟୀ ବ୍ୟକ୍ତି ବିଶେଷ

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ମାନବ ଅଧିକାର କ୍ଷେତ୍ରରେ କାର୍ଯ୍ୟକରୁଥିବା ସମାଜ ସେବା ପ୍ରତିଷ୍ଠାନ ‘ସମର୍ଥ ଓଡ଼ିଶା’ ପକ୍ଷରୁ ପ୍ରଥମ ଆର୍ନ୍ତଜାତୀକ ସମ୍ବର୍ଦ୍ଧନା ଉତ୍ସବ (ୟୁ ଓ ମି) ସ୍ଥାନୀୟ ଇଡ଼ିକଲ ଅଡ଼ିଟୋରିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଭବ୍ୟ ଉତ୍ସବରେ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର (ମାନ୍ୟବର ସାଂସଦ), ଡକ୍ଟର ଏମ୍.ଡ଼ି. କୁତାବ୍ ଉଦିନ୍ ଚୌଧୁରୀ (ଆଇନ ଆଟର୍ଣ୍ଣିଂ, ସୁପ୍ରିମ କୋର୍ଟ ବାଙ୍ଗଲାଦେଶ), ଆର୍ନ୍ତଜାତୀକ ରାଜ୍ୟପାଳ, ଚିଫ୍ ଆବ୍ରିବେଟର, ୱାଲ୍ଡ ଲିଡ଼ରସ୍ ଫୋରମ୍, ଆୟରଲ୍ୟାଣ୍ଡ) ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନର ଉନ୍ନତି କାମନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଡା. ସୁରେଶ କୁମାର ଅଗ୍ରୱାଲ (କୁଳାଧିପତି ପ୍ରଜ୍ଞାନ ଆର୍ନ୍ତଜାତୀକ ବିଶ୍ୱବିଦ୍ୟାଳୟ, ରାଞ୍ଚି, ଝାଡ଼ଖଣ୍ଡ) ଓ ଡା. ଏଲୁରି ଶ୍ରୀନିବାସ ରାଓ (ଆର୍ନ୍ତଜାତୀକ କମିଶନ, ସଂସ୍କୃତି ଓ କୁଟନୀତି, ତେଲେଙ୍ଗାନା) ପ୍ରମୁଖ ସମ୍ମାନିତ ଅତିଥି ଭାବେ ଓ କୈଳାସ ବିହାରୀ ସିଂ (ଶ୍ୟାମ ନାରାୟଣ ସିଂ ଫାଉଣ୍ଡେସନ) ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ୧୦ଜଣ ଜୁରୀ ସଦସ୍ୟଙ୍କ ଦ୍ୱାରା ଓଡ଼ିଶା ପାଇଁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷ ମାନଙ୍କୁ ଚୟନ କରି ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଥିଲା ।

ଅନୁଷ୍ଠାନର ମୁଖ୍ୟ ଡକ୍ଟର ଅଭୟ ରଞ୍ଜନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଅନୁଷ୍ଠାନର ସମାଜ ପ୍ରତି ଅବଦାନ ବିଷୟରେ ବିବରଣୀ ଦେଇଥିଲେ ଓ ଆଗକୁ ସମର୍ଥ ଓଡ଼ିଶା ସମାଜ ସେବାରେ ନିଜର ପ୍ରୟାସ ଜାରି ରହିବ ବୋଲି ମତ ଦେଇଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବିଭିନ୍ନ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।